ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ୮ମ ବାର୍ଷିକ ଜିଲ୍ଲା ପରିକ୍ରମା ଅନୁଷ୍ଠିତ | ଅତୀତର ମୟୂରଭଞ୍ଜ ରାଜ୍ୟ ତଥା ଏବେକାର ମୟୂରଭଞ୍ଜ ଜିଲ୍ଲା ନିଜର ଅନନ୍ୟ କଳା-ସଂସ୍କୃତି-ପର୍ଯ୍ୟଟନ ତଥା ଐତିହ୍ୟକୁ ନେଇ ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବେଳେ, ସାଂପ୍ରତିକ ସମୟରେ ଅବକ୍ଷୟମୁଖୀ ଏ ମାଟିର ଭାଷା-ସାହିତ୍ୟ, କଳା-ସଂସ୍କୃତି, ପର୍ଯ୍ୟଟନ ତଥା ଐତିହ୍ୟର ପ୍ରଚାର, ପ୍ରସାର ଏବଂ ସମୃଦ୍ଧି ନିମନ୍ତେ ୨୦୦୩ ମସିହା ଠାରୁ ମୟୂରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବ (ମୟୂରଭଞ୍ଜ ବାଲି ମେଳା) ବୁଢାବଳଙ୍ଗ-ଚିପଟ ଓ ଇଟାଯୋଡି ନଦୀର ତ୍ରୀବେଣୀ ସଂଗମ ପୀଠ, ବାରିପଦା ଠାରେ ପାଳିତ ହୋଇ ଆସୁଛି |
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ୪ଟି ଯାକ ଉପଖଣ୍ଡର ଅଧିବାସୀମାନଙ୍କ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ସମନ୍ବୟ ତଥା ଭାଇଚାରାର ଅତୁଟ ସଂପର୍କକୁ ଅଧିକ ନିବିଡ କରିବା ନିମନ୍ତେ ବିଗତ ୨୦୧୭ ମସିହାଠାରୁ ବଳାଙ୍ଗୀ ସଂସ୍କୃତି ସୈନିକମାନଙ୍କୁ ନେଇ ଏକ ସାଂସ୍କୃତିକ ଜାଗରଣ ଯାତ୍ରା (ବାଇକ୍ ରେଲି) ଜିଲ୍ଲା ପରିକ୍ରମା କରିବା ସହ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥ ମଧ୍ୟ ଜିଲ୍ଲା ପରିକ୍ରମା ୧୫ ରୁ ୧୭ ମାର୍ଚ୍ଚ ୨୦୨୪ କରୁଅଛି | ଶିକ୍ଷା, ସ୍ବାସ୍ଥ୍ୟ, କଳା, ସଂସ୍କୃତି ଭଳି ବହୁବିଧ କ୍ଷେତ୍ରରେ ସମଗ୍ର ଓଡିଶାର ବିକାଶ ପାଇଁ ତାଙ୍କର ନିଃସ୍ବାର୍ଥପର ଅବଦାନ ଅବିସ୍ମରଣୀୟ | ମୟୂରଭଞ୍ଜର ଐତିହ୍ୟ, କଳା,ସଂସ୍କୃତିର ପୁନର୍ଜାଗରଣ ତଥା ଗୌରବଜ୍ବୋଳ ଇତିହାସକୁ ଉତ୍ତର ପିଢୀଙ୍କୁ ସ୍ମରଣ କରାଇଦେବା ପାଇଁ ବଳାଙ୍ଗୀ ମହୋତ୍ସବ କମିଟି ତରଫରୁ ଭଞ୍ଜ ବଂଶ ଇତିହାସ ଓ ଆତ୍ମସତ୍ତା ବିଜଡିତ ଅତୀତର ଭଞ୍ଜରାଜ୍ୟ ରାଜଧାନୀ ଖିଚିଂ, ବହଳଦା, ହରିପୁର ଓ ବାରିପଦା-ଚାରିଟି ଯାକ ରାଜଧାନୀକୁ ଏହି ଜାଗରଣ ଯାତ୍ରା ଓ ଜ୍ୟୋତିରଥ ସ୍ପର୍ଶ କରିବ |
ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଦୁର୍ଗାମଣ୍ଡପ ଛକରେ ସାମ୍ବାଦିକ ସୌରଭ ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ପଥପ୍ରାନ୍ଥ ସଭା ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମାରେଶ ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି, ସମ୍ପାଦକ ଦୀପକ କୁମାର ନାୟକ, ସଦସ୍ୟ ଇନ୍ଦୁମତି ମହାନ୍ତି, ଦୀଲ୍ଲିପ କୁମାର ପାତ୍ର, ଅଧ୍ୟାପକ ବିଜୟ କୁମାର ରାମ, ବରିଷ୍ଠ ଆଇନଜିବୀ ରସାନନ୍ଦ ଲେଙ୍କା, ଅଧ୍ୟାପକ ସୁନୀଲ କୁମାର ଜେନା, ଶିକ୍ଷକ ରଂଜନ କୁମାର ନନ୍ଦ, ଦୁର୍ଜ ଚନ୍ଦ୍ର ବେହେରା, ଶିକ୍ଷାବିତ୍ ପ୍ରଶାନ୍ତ ପରୀକ୍ଷା, ସାମ୍ବାଦିକ ତୁଷାରକାନ୍ତ ମହାନ୍ତ, ବିଷ୍ଣୁ ପ୍ରସାଦ ଜେନା, ଡକ୍ଟର ତନ୍ମୟୀ ରଥ, ଜୟସେନ , ରେଡି ଭଲେଟିୟାର ସଦସ୍ୟାଗଣ ଉଶଷି ବେହେରା, ଜୟଶ୍ରୀ ବେହେରା, ବର୍ଷାରାଣୀ ବେହେରା, ତୋପାଇ ବେହେରା ତଥା ବଳାଙ୍ଗୀ ମହୋତ୍ସବ ପରିବାରର ସଦସ୍ୟଗଣ ପ୍ରମୁଖ ଉପସ୍ଥିତ ଥିଲେ | ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥ ର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଏହାପରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାଭଙ୍ଗ କରିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମ ରେ ସହରର ବହୁ ଲୋକ ଯୋଗ ଦେଇଥିଲେ |