ଝିଅ ମାନଙ୍କୁ ଚାକିରି ଦେବାକୁ କହି ବାହାର ରାଜ୍ୟରେ ଲକ୍ଷ ଟଙ୍କାରେ ବିକ୍ରି କରିଦେଉଛନ୍ତି ଦଲାଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାକିରୀର ପ୍ରଲୋଭନ ଦେଖାଇ ଦୁଇ ଭଉଣୀଙ୍କୁ, ସମ୍ପର୍କୀୟ ଖୁଡି ଓ ଦଲାଲ ୨.୨୦ ଲକ୍ଷ ଟଙ୍କାରେ ବିକି ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି | ସୂଚନା ମୁତାବକ ବିଶୋଇ ଥାନା ଅଞ୍ଚଳର ଜଣେ ମହିଳା ଯାହାଙ୍କ ନାମ ଦେବଜାନୀ ନାଏକ ବୟସ ୩୫ ଓ ଜଣେ ବ୍ୟକ୍ତି ଯାହାଙ୍କ ନାମ ବାପି ଓରଫ୍ ରାଜୁ ବୟସ ୪୭ ନାମକ ଏକ ଦାଲାଲ ଦୁହେଁ ମିଶି ଦୁଇ ଝିଅକୁ ରାଉରକେଲା ରେ ଚାକିରି କରାଇ ଦେବ କହି,ଗତ ଡିସେମ୍ବର ୬ ତାରିଖ ଦିନ ଏକ ଘରୋଇ ବସ ଯୋଗେ ରାଉଲକେଲା କୁ ନେଇ ଯାଇଥିଲେ।

ପରେ ରାଜସ୍ଥାନ ରେ ଟ୍ରେନିଂ ଦିଆଯିବ କହି ରାଉରକେଲା ରୁ ଟ୍ରେନ ଯୋଗେ ରାଜସ୍ଥାନ କୁ ବାପି ୩ ଜଣକୁ ନେଇ ଏକ ଲୋଜରେ ରଖିଥିଲା। ପରେ ଝିଅ ମାନଂକ କହିବା ମୁତାବକ ସେଠାରେ ସେମାନଙ୍କୁ ବିକ୍ରୀ କରିଦେଇ ପଳାଇ ଆସି ଏବେ ଫେରାର ରହିଥିବା ଜଣାପଡିଛି। ତେବେ କୌଣସି ଉପାୟରେ ଝିଅ ବାପାଙ୍କୁ ଫୋନ୍ ଯୋଗେ ଜଣାଇଥିଲେ କି ଆମ ଦି ଭୋଉଣୀ କୁ ବାପି ଓ ଦେବଜାନୀ ଏଠାରେ ବିକ୍ରି କରି ଦେଇଅଛି। ଝିଅର ଫୋନ୍ ପାଇ ବାପା ବିଶୋଇ ଥାନା ଏକ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ଫୋନ୍ ନମ୍ୱର୍ କୁ ଟ୍ରାକିଙ୍ଗ୍ କରି ଗତ ୮ ତାରିଖ ଏସ୍ ଆଇ ଘନଶ୍ୟାମ ମଲ୍ଲିକଙ୍କ ନେତୃତ୍ବରେ କନେଷ୍ଟବଳ ଗଣେଶ୍ଵର ମହାନ୍ତ, କନେଷ୍ଟବଳ ଜାମିନୀ ବାରିକ୍,ଓ ଗୃହରକ୍ଷୀ ଅନିଲ ସେଠୀଙ୍କୁ ନେଇ ଏକ ଟିମ୍ ରାଜସ୍ଥାନ କୁ ଯାଇ ବଡ଼ ଝିଅକୁ ରାଜସ୍ଥାନ ଓ ସାନଝିଅ କୁ ମଧ୍ୟପ୍ରଦେଶର ରୁ ସଫଳତାର ସହିତ ଉଦ୍ଧାର କରି ବୁଧବାର ଅପରାହ୍ନରେ ବିଶୋଇ ଥାନାରେ ପହଞ୍ଚିଥିବା ବେଳେ, ଝିଅକୁ କିଣିଥିବା କ୍ରିପାଲ୍ ନାମକ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରିଛନ୍ତି। ଗୁରୁବାର ବିଶୋଇ ପୋଲିସ୍ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ତେବେ ରାଜସ୍ଥାନ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଝିଅ ସଂଖ୍ୟା ପୁଅ ତୁଳନାରେ କମ୍ ଥିବା ଯୋଗୁ ବିଭିନ୍ନ ରାଜ୍ୟର ଝିଅ ମାନଙ୍କୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାରେ କିଣୁଥିବା କୁହା ଯାଉଛି । ଦିର୍ଘ ବର୍ଷରୁ ଦଲାଲ ମାନେ ଏହି ରାକେଟ ଚଳାଇଥିବା ଜଣାପଡିଛି । ତେବେ ନୂତନ କରି ଏସ ସୁଶ୍ରୀ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବରେ ଯୋଗଦେବା ପରେ ଗତ ତିନି ମାସରେ ଜିଲ୍ଲାର ବିଭିନ୍ନ ଥାନାରେ ପାଖାପାଖି ପଚାଶରୁ ଉର୍ଦ୍ଧ୍ବ ମହିଳା, ଯୁବତୀ ଓ ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଯେଉଁଥିରେ ବିଶୋଇ ଥାନା ଅଞ୍ଚଳର ପାଞ୍ଚ ଛଅ ଜଣ ରହିଥିବା ଜଣାପଡିଛି। ଆଜି ନିଜର ଝିଅ ମାନଂକୁ ପାଖରେ ପାଇ ବାପା ଭାବବିହୁଳ ହୋଇ କାନ୍ଦିବା ସହିତ ବିଶୋଇ ପୋଲିସକୁ ବେସ୍ ପ୍ରଶଂସା ମଧ୍ୟ କରୁଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.