ନିର୍ବାଚନୀ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସର ପ୍ରସ୍ତୁତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନିର୍ବାଚନୀ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସର ପ୍ରସ୍ତୁତି | ଗଡବାନ୍ଧଗୋଡ଼ା ଓ ଅଳତୀରେ ମିଳିତ ଫ୍ଲାଗମାର୍ଚ୍ଚ | ପାଖେଇ ଆସିଲାଗି ସାଧାରଣ ନିର୍ବାଚନ ସମୟ।ଅପେକ୍ଷା କେବଳ ତାରିଖ ଘୋଷଣାକୁ।

ଜୋରଦାର ପ୍ରସ୍ତୁତି କଲେଣି ବିଭିନ୍ନ ରାଜନୈତିକ ଦଳ। ଚଳିତ ନିର୍ବାଚନକୁ ଆଖିରେ ରଖି କେନ୍ଦୁଝର ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେନ୍ଦୁଝର ଏସପି ନିତିନ କୁଶଲକର ଙ୍କ ନିର୍ଦ୍ଦେଶ କ୍ରମେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା ଙ୍କ ନେତୃତ୍ବ ନେଇଥିଲେ |

ରାମଚନ୍ଦ୍ରପୁର ଆଇଆଇସି ବିଜୟ ସିଂ,ଏସ୍ଆଇ ରବିନ୍ଦ୍ର ମୁଣ୍ଡାରୀ ଙ୍କସହ ସିଆଇଏସଏଫ ର ଯବାନ ମାନଙ୍କୁ ନେଇ ଗଡବାନ୍ଧଗୋଡ଼ା, ଅଳତୀ,ବେଲସୁନ୍ଦରୀ ଗ୍ରାମରେ ଫ୍ଲାଗମାର୍ଚ୍ଚ କରାଯାଇଛି। ସାଧାରଣ ନିର୍ବାଚନକୁ ଅବାଧ ନିରପେକ୍ଷ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପ୍ରତି ଗ୍ରାମରେ ସିଆଇଏସଏଫ ଯବାନ ମାନଙ୍କୁ ନେଇ ଫ୍ଲାଗମାର୍ଚ୍ଚ ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.