ନାବାଳିକା ମୃତ୍ୟୁକୁ ନେଇ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନାବାଳିକା ମୃତ୍ୟୁକୁ ନେଇ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକେ । ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ଗତ ସପ୍ତାହରେ ହୋଇଥିବା ନାବାଳିକା ମୃତ୍ୟୁ ଓ ମୃତଦେହକୁ ପୁଲିସର ଅସମ୍ମାନ ଘଟଣାକୁ ନେଇ ଉତ୍ତେଜନା ଜାରି ରହିଛି ।  ଉତ୍ୟକ୍ତ ଲୋକମାନେ ମଙ୍ଗଳବାର ଅପରାହ୍ନରେ ଏକ ସ୍ଥାନୀୟ ଥାନାରେ ନିଆଁ ଲଗାଇ ଦେଇଛନ୍ତି । ଏହି  ଅଗ୍ନିକାଣ୍ଡ ଘଟଣା ପରେ କାଳିଆଗଞ୍ଜ ଥାନା ଚାରିପାଖରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ମଙ୍ଗଳବାର ରାୟଗଞ୍ଜରେ ବିଜେପି ପକ୍ଷରୁ ଆୟୋଜିତ ବିକ୍ଷୋଭ ସମୟରେ ଲୋକେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଆସିଥିବା ବେଳେ ଏହି ଘଟଣା ଘଟିଛି । ଉତ୍ୟକ୍ତ ଲୋକମାନଙ୍କୁ ଘଉଡ଼ାଇବାକୁ ପୁଲିସ ପକ୍ଷରୁ ଲାଠିମାଡ଼ କରାଯାଇଥିଲା ।

ଗତ ସପ୍ତାହରେ ଏକ କେନାଲ କୂଳରେ ନାବାଳିକାର ମୃତଦେହ ମିଳିଥିଲା । ନାବାଳିକା ମୃତ୍ୟୁ ଓ ଥାନାରେ ନିଆଁ ଲଗାଇବା ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ତୃଣମୂଳ କଂଗ୍ରେସ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ହିଂସା କାଣ୍ଡ ଘଟାଇଥିବା ଅଭିଯୋଗ କରିଆସୁଛି । ଟିଏମସି ମଧ୍ୟ ଅଭିଯୋଗ କରିଛି ଯେ ନାବାଳିକା ବିଷ ଖାଇ ଆତ୍ମହତ୍ୟା କରିଥିବାବେଳେ  ବିଜେପି ଉପରେ ଦୁଷ୍କର୍ମ ଓ ହତ୍ୟା କଥା କହି ଉତ୍ତେଜନା ସୃଷ୍ଟି କରୁଛି । ନାବାଳିକାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁକୁ ନେଇ ବିଜେପି ନେତାମାନେ ମିଥ୍ୟା ବୟାନ ଦେଉଛନ୍ତି ବୋଲି ଟିଏମସି ଅଭିଯୋଗ କରିଛି ।

Leave A Reply

Your email address will not be published.