ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଏଏସଆଇ

0

ଖୋର୍ଦ୍ଧା (ଓଡ଼ିଆ ନ୍ୟୁଜ୍‌): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ ବାବୁ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଏଏସଆଇ। ଖୋର୍ଦ୍ଧା ବୋଲଗଡ଼ ଥାନାର ଏଏସଆଇ ଭଗବାନ ସ୍ୱାଇଁଙ୍କୁ ଧରିଲା ଭିଜିଲନ୍ସ।

ସୂଚନା ଅନୁଯାୟୀ, ସ୍ଥାନୀୟ ଖାରଡପଲ୍ଲୀ ଅଞ୍ଚଳର ମହିଳା ସୁକାନ୍ତି ପଟ୍ଟନାୟକଙ୍କ ପୁଅ ଏବଂ ତାର ସାଙ୍ଗମାନଙ୍କ ନାଁରେ ଥିବା ଏକ ମାମାଲାରେ ଦଫା କୋହଳ କରିବା ସହ ଗିରଫଦାରୀକୁ ଏଡାଇବା ପାଇଁ ଥାନାର ଏଏସଆଇ ଭଗବାନ ସ୍ୱାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସୁକାନ୍ତି ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ତେବେ ଆଜି ସୁକ୍ତାନ୍ତି ପୋଲିସକୁ ଟଙ୍କା ଦେବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ଟଙ୍କା ଜବତ କରିବା ସହ ଭଗବାନଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.