କଦଳୀ ଗଛ କରିବ ଧନୀ, ଜାଣନ୍ତୁ କିପରି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ହିନ୍ଦୁ ଧର୍ମରେ ବୃକ୍ଷ ଲତାଙ୍କର ଖୁବ ମହତ୍ତ୍ୱ ରହିଛି। ବୃକ୍ଷଲତାରେ ଦେବୀ ଦେବତାଙ୍କ ବାସ ରହିଛି ବୋଲି କୁହାଯାଏ। ଏହାସହ କିଛି ସ୍ୱତନ୍ତ୍ର ବୃକ୍ଷଲତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଦେବୀଦେବତାଙ୍କ ବିଶେଷ କୃପା ମିଳିଥାଏ। ଗୁରୁବାର ଦିନଟି ଭଗବାନ ବିଷ୍ଣୁ ଓ ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ। ଏହିଦିନ କଦଳୀ ବୃକ୍ଷର ପୂଜା କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ..
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗୁରୁବାର ଦିନ କଦଳୀ ବୃକ୍ଷ ସହ ଜଡିତ କିଛି ଉପାୟ କରିବା ଦ୍ୱାରା ବ୍ୟକ୍ତିଙ୍କୁ ଭଗବାନ ବିଷ୍ଣୁଙ୍କ କୃପା,ଆଶୀର୍ବାଦ ମିଳିଥାଏ। ଏହାସହ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ। ମନସ୍କାମନା ପୂରଣ ହୋଇଥାଏ। ଧନର ଅଭାବ ଦୂର ହୋଇ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ।
ଶାସ୍ତ୍ର ଅନୁଯାୟୀ, ଭଗବାନ ବିଷ୍ଣଙ୍କ କୃପା ମିଳିଲେ ମା’ଲକ୍ଷ୍ମୀଙ୍କ ମଧ୍ୟ କୃପା ମିଳିଥାଏ। ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କଲେ ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ..
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଘରର ବଗିଚାରେ କଦଳୀ ବୃକ୍ଷ ଲଗାଇଲେ ଗୃହରେ କଦାପି ଦରିଦ୍ରତା କିମ୍ବା ଦୁଃଖ ଆସିନଥାଏ।
ଗୁରୁବାର ଦିନ କଦଳୀ ବୃକ୍ଷର ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ। ଘରେ ସୁଖ ସମୃଦ୍ଧି ପ୍ରବେଶ କରିବା ସହ ମନସ୍କାମନା ପୂରଣ ହୋଇଥାଏ।
ଘରେ ସୁଖସମୃଦ୍ଧି ଓ ଧନସମ୍ପତ୍ତି ବୃଦ୍ଧି ପାଇଁ କଦଳୀ ଗଛର ଚେରକୁ ନିଜ ପାଖରେ ରଖନ୍ତୁ। ପ୍ରଥମେ ଚେରକୁ ଗଙ୍ଗାଜଳରେ ଧୋଇ ହଳଦୀ ରଙ୍ଗର ସୂତାରେ ବାନ୍ଧି ରଖନ୍ତୁ। ଏହାପରେ ଏହାକୁ ଧନ ରଖିବା ସ୍ଥାନରେ ରଖି ଦିଅନ୍ତୁ। ଏହି ଉପାୟ ଗୁରୁବାର ଦିନ କରନ୍ତୁ।
ଗୁରୁବାର ଦିନ ସ୍ନାନ ଆଦି ପରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ମୁଣ୍ଡରେ ମଧ୍ୟ ଏହି ହଳଦିଆ ବସ୍ତ୍ର ରଖି କଦଳୀ ବୃକ୍ଷ ନିକଟକୁ ଯାଇ ପ୍ରଣାମ କରନ୍ତୁ। ଏହାଦ୍ୱାରା ଖୁବ୍‌‌ ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ।

Leave A Reply

Your email address will not be published.