ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିହାରରେ ରାମ ନବମୀରେ ଉପୁଜିଥିବା ହିଂସାକାଣ୍ଡ ଉପରେ ଆଲୋଚନା ଚାଲିଥିବା ବେଳେ ହଙ୍ଗାମା କରିବାରୁ ‘ବିଜେପି’ ବିଧାୟକଙ୍କୁ ଉଠାଇଆଣି ବିହାର ବିଧାନସଭା ବାହାରେ ଫିଙ୍ଗିଦେଲେ । ଗଣମାଧ୍ୟମ ଦ୍ବିବାରା ଧାନସଭା ବାହାରେ ଉଠାଯାଇଥିବା ଭିଡିଓରେ ଦେଖାଯାଉଛି ୪ଜଣ ମାର୍ସାଲ୍ ‘ବିଜେପି’ ବିଧାୟକ କୁମାରଙ୍କୁ ଉଠାଇ ନେଉଥିବା ଦେଖାଯାଉଛି। ସେତେବେଳେ କୁମାର କହୁଛନ୍ତି, ବିରୋଧୀ ନେତାମାନଙ୍କ ସହିତ ସେମାନଙ୍କର ବ୍ୟବହାର ଏମିତି। ସେପଟେ, ଜୀବେଶ କୁମାରଙ୍କ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟର ରାଜ୍ୟ ସରକାର କହିଛନ୍ତି ଯେ, ସେ ବାଚସ୍ପତିଙ୍କୁ ଅପମାନିତ କରିଥିଲେ। ବିହାର କୃଷିମନ୍ତ୍ରୀ କୁମାର ସର୍ବଜୀତ ଗଣମାଧ୍ୟମକୁ କହିଛନ୍ତି, ଆଜି ବିରୋଧୀ ଦଳର କେତେକ ନେତା ବାଚସ୍ପତିଙ୍କୁ ଅପମାନିତ କରିଛନ୍ତି। ସେମାନେ ତାଙ୍କୁ ନିର୍ଲଜ୍ଜ କହିଛନ୍ତି। ଏହା ହେଉଛି ବିଧାନସଭା ପ୍ରତି ବଡ଼ ଅପମାନ। ବିହାରରେ ହିଂସାକାଣ୍ଡ ଘଟିବା ପରେ ଅତିରିକ୍ତ ପାରାମିଲିଟାରି ଫୋର୍ସ ପଠାଇବା ଲାଗି ଗୃହମନ୍ତ୍ରାଳୟ ସ୍ଥିର କରିଥିଲା। କିନ୍ତୁ, କୁମାର ସର୍ବଜୀତ୍ ଗୁରୁତ୍ବାରୋପ କରି କହିଛନ୍ତି, ସମ୍ପ୍ରତି ସମଗ୍ର ରାଜ୍ୟରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି। ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, କେତେକ ଲୋକଙ୍କ ବିଶୃଙ୍ଖଳା ଯୋଗୁଁ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖା ଦେଇଥିଲା। ସେ କହିଛନ୍ତି, ରାମ ନବମୀ ମହୋତ୍ସବ ସମୟରେ ସାସାରାମ୍ ଓ ବିହାର ଶରିଫ୍ରେ ସାମ୍ପ୍ରଦାୟିକ ଉତ୍ତେଜନା ଉଦ୍ବେଗଜନକ। ଏ ଅଞ୍ଚଳର ଏ ପ୍ରକାର ଘଟଣା ପ୍ରଥମ।
ସୂଚନାଯୋଗ୍ୟ, ବିହାରର ସାସାରାମ ଏବଂ ନାଲନ୍ଦାରେ ରାମ ନବମୀ ସମୟରେ ଆରମ୍ଭ ହୋଇଥିବା ହିଂସା ଅନେକଦିନ ଧରି ଚାଲିଥିଲା । ହିଂସା ଘଟଣାରେ ସାସାରାମରେ ଏକ ବୋମା ବିସ୍ଫୋରଣ ଘଟଥିଲା, ଯେଉଁଥିରେ ୫ ଜଣ ଆହତ ହୋଇଥିଲେ । ଏଥି ସହ ନାଲନ୍ଦାର ବିହାରଶରିଫର ପହରପୁରା ଅଞ୍ଚଳରେ ଶନିବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ଏବଂ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା ପ୍ରାୟ ୧୨ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା ଯେଉଁଥିପାଇଁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବିହାରଶରିଫରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଶଶାଙ୍କ ଶୁଭଙ୍କର କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଥିବାବେଳେ ୧୪୪ ଟି ବଳବତ୍ତର ରହିଥିଲା । ପୁରା ସହରକୁ ପୋଲିସ୍ କ୍ୟାଣ୍ଟନମେଣ୍ଟରେ ପରିଣତ କରାଯାଇଛି ଏବଂ ରାପିଡ୍ ଆକ୍ସନ୍ ଫୋର୍ସ ମଧ୍ୟ ସହରରେ ପାଟ୍ରୋଲିଂ କରୁଛି । ଶନିବାର ସନ୍ଧ୍ୟାରେ ତାଜା ହିଂସା ପରେ ବିହାରର ସାସାରାମ ସହରରେ ହୋଇଥିବା ବୋମା ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି । ଅଧିକାରୀ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି ଏବଂ ଏକ ଫୋରେନସିକ୍ ଟିମ୍ ଘଟଣାସ୍ଥଳକୁ ପଠାଯାଇଛି । ସାସାରାମ ଡିଏମ ଧର୍ମେନ୍ଦ୍ର କୁମାର କହିଛନ୍ତି, “ସାସାରାମରେ ବୋମା ବିସ୍ଫୋରଣ ହୋଇଥିଲା । ଆହତମାନଙ୍କୁ ବିଏଚୟୁ ଡାକ୍ତରଖାନାକୁ ପଠାଯାଇଥିଲା । ତେବେ ଏହି ପ୍ରସଙ୍ଗରେ ବିଧାନସଭା ଆଲୋଚନା ଚାଲିଥିଲା ।