ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ସୋମବାର ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଭିଯୋଗ ଶୁଣାଣି ସମୟରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀ ମନ୍ତ୍ରୀମାନେ ବି ଉପସ୍ଥିତ ଥିଲେ। ବିଭିନ୍ନ ସମସ୍ୟା ନେଇ ରାଜ୍ୟର କୋଣଅନୁକୋଣରୁ ଆସିଥିବା ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବା ସହିତ ତାହାର ସମାଧାନ ଲାଗି ବିଭିନ୍ନ ବିଭାଗକୁ ନିର୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଜୁଲାଇ ମାସର ପ୍ରଥମ ଦିନରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଲୋକଙ୍କ ଅଭିଯୋଗ ଶୁଣି ସମାଧାନର ରାସ୍ତା ଖୋଲିଥିଲେ। ତେବେ ରଥଯାତ୍ରା ପାଇଁ ସରକାରୀ ଛୁଟିଥିବାରୁ ଜୁଲାଇ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହୋଇପାରିନଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଅଭିଯୋଗ ଶୁଣିବା ପାଇଁ ସେ ଆରଡିସି ସ୍ତରକୁ ଯିବେ। ଦରକାର ପଡିଲେ ଆଗାମୀ ଦିନରେ ଆରଡିସି ସ୍ତରକୁ ଯିବି ବୋଲି କହିଛନ୍ତି।  କେବଳ ରାଜଧାନୀରେ ନୁହେଁ। ରାଜଧାନୀ ବାହାରେ ମଧ୍ୟ ଅଭିଯୋଗ ଶୁଣାଯିବ। ଆବଶ୍ୟକ ପଡିଲେ ଜିଲ୍ଲାସ୍ତରକୁ ଯାଇ ବି ଅଭିଯୋଗ ଶୁଣାଯିବ। ଆଗାମୀ ଦିନରେ ଅଭିଯୋଗ ଶୁଣାଣି ନେଇ ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Leave A Reply

Your email address will not be published.