୪୮ ଘଣ୍ଟା ପରେ ଅପହୃତ ମିଲ୍ ମାଲିକ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୪୮ ଘଣ୍ଟା ପରେ ଅପହୃତ ରାଇସ ମିଲ୍ ମାଲିକ ଏ. ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୁଲିସ। ଗତକାଲି ବିଳମ୍ବିତ ରାତିରେ ମିଲ୍ ମାଲିକଙ୍କୁ ପୁଲିସ ଉଦ୍ଧାର କରି ତାଙ୍କ ଘରେ ଛାଡ଼ିଥିବା ଜଣାଯାଇଛି। ତେବେ କିଏ ଓ କାହିଁକି ରମେଶଙ୍କୁ ଅପହରଣ କରିଥିଲା ତାହା ଜଣାପଡ଼ିନାହିଁ।

ସୂଚନା ଅନୁସାରେ, ଜୟପୁରରେ ଏକ ରାଇସ୍ ମିଲର ମାଲିକ ରମେଶ ପାତ୍ରଙ୍କୁ ୪୮ ପୂର୍ବେ ଅର୍ଥାତ ଗତ ଶୁକ୍ରବାର ସନ୍ଧ୍ୟାରେ ଅପହରଣ କରାଯାଇଥିଲା। ରାତି ପ୍ରାୟ ସାଢେ ୮ଟା ବେଳେ ମିଲରୁ ଘରକୁ ଫେରୁଥିବା ବେଳେ ପେରାହାଣ୍ଡି ବ୍ରିଜ ନିକଟରେ କିଛି ଦୁର୍ବୃତ୍ତ କାର ଅଟକାଇ ଏ. ରମେଶ ପାତ୍ରଙ୍କୁ ଅପହରଣ କରି ନେଇଥିଲେ। ଏନେଇ ରମେଶଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

ପରିବାର ଲୋକଙ୍କ ଅଭିଯୋଗ ମୁତାବକ ରମେଶ ଘରକୁ ଫେରିବା ବେଳେ ପେରହଣ୍ଡି ଗ୍ରାମ ନିକଟରେ ତାଙ୍କୁ କେହି ଅପହରଣ କରିନେଇଥିଲେ। ଏନେଇ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ। ପରିବାର ଲୋକେ କହିଥିଲେ କି, ଅପହରଣକାରୀ ପରିବାର ଲୋକଙ୍କୁ ଫୋନ କରି ୭୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Leave A Reply

Your email address will not be published.