ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ‘ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ । ୫ ବର୍ଷ ଭିତରେ ୫୦ ବର୍ଷର ବଳକା କାମ ପୂରଣ କରିକି ଦେଖାଇବୁ ।’ କିଛି ,ଏମିତି କହି ଆଜି ସୁଆଣ୍ଡୋ ଗାଁରେ ପ୍ରତିଶ୍ରୁତି ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ । ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ମୁଖ୍ୟମନ୍ତ୍ରୀ ସୁଆଣ୍ଡୋ ଗାଁ ବୁଲି ଲୋକଙ୍କ ସହିତ କଥା ହୋଇଛନ୍ତି। ଲୋକଙ୍କ ଭଲ ମନ୍ଦ ବୁଝିବା ସହ ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି।
ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ପରେ ପୁରୀ ସତ୍ୟବାଦୀ ସୁଆଣ୍ଡୋ ଗାଁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଷଠୀଘର ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂ ଦେଓ ଓ ପ୍ରଭାତୀ ପରିଡ଼ା ଏବଂ ସତ୍ୟବାଦୀ ବିଧାୟକ ଓଁପ୍ରକାଶ ମିଶ୍ର ମଧ୍ୟ ସାମିଲ ରହିଥିଲେ ।
ଏହା ସହିତ ସୁଆଣ୍ଡୋବାସୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଭଲ ମନ୍ଦ ବୁଝିବା ସହ ସେ ପ୍ରତିଶ୍ରୁତି ଦେଇ କହିଛନ୍ତି, ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ନିଶ୍ଚୟ ପହଞ୍ଚିବ । ଆଗାମୀ ୫ ବର୍ଷ ଭିତରେ ୫୦ ବର୍ଷର ଯେଉଁ କାମ ବାକି ରହିଯାଇଛି ତାହା ପୂରଣ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଚାଷୀଙ୍କୁ ମିଳିଥିବା ପ୍ରତିଶ୍ରୁତି ୧୦୦ ଦିନ ଭିତରେ ପୂରଣ ହେବ ବୋଲି ସେ ପ୍ରତିଶ୍ରୁତି ଦେିଛନ୍ତି ।