ମଇଁଷି ଚରାଳିଙ୍କୁ ନଦୀ ଭିତରକୁ ଟାଣିନେଲା କୁମ୍ଭୀର

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ନଇରେ ମାତିଛି କୁମ୍ଭୀର । ନିକଟରେ କୁମ୍ଭୀରକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । କୁମ୍ଭୀର ଉପଦ୍ରବରେ ଆତଙ୍କିତ ଲୋକେ । ଏମିତିକି ଅନେକ ସ୍ଥାନରେ ଲୋକେ ନଇକୁ ଯିବାକୁ ମଧ୍ୟ ବନ୍ଦ କରିଦେଲେଣି । ଆଜି ମଇଁଷି ଚରାଳିଙ୍କୁ ଟାଣିନଇଛି କୁମ୍ଭୀର । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁର। ମଇଁଷି ଚରାଳି ଜଣଙ୍କ ହେଲେ ଭାସ୍କର ରାଉତ। ତାଙ୍କୁ ୫୦ ବର୍ଷ ହୋଇଥିଲା। ଆଜି ସକାଳେ ଭାସ୍କର ମଇଁଷି ଗୁଡ଼ିକୁ ଛାଡ଼ି ବ୍ରାହ୍ମଣୀ ନଦୀ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଏକ କୁମ୍ଭୀର ଆସି ଭାସ୍କରଙ୍କୁ ଟାଣି ନେଇଥିଲା। ପ୍ରତ୍ୟେକ୍ଷଦର୍ଶୀ ପାଟି ଶୁଣି ଦୌଡ଼ି ଆସିଥିଲେ। କୁମ୍ଭୀରଟି ସେହି ସମୟରେ ଭାସ୍କରଙ୍କୁ ନଈ ଭିତରକୁ ଟାଣି ନେଇଥିଲା।

ଏନେଇ ସ୍ଥାନୀୟ ଲୋକେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଭାସ୍କରଙ୍କୁ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ୟ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ବନ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖଣ୍ଡମାରା ପେଣ୍ଠ ମୁଖ୍ୟରାସ୍ତାରେ ବଉଳା କୁମ୍ଭୀର।ଟି ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଲୋକେମାନେ କୁମ୍ଭୀରଟିକୁ ଦେଖି ଚିତ୍କାର କରିବାରୁ ସେ ନିକଟସ୍ଥ କେନାଲକୁ ପଳାଇଥିଲା।

ସେପଟେ ବ୍ରାହ୍ମଣୀ ନଦୀକୁ ଯୁବକଙ୍କୁ ମଧ୍ୟ କୁମ୍ଭୀର ଟାଣି ନେଇଛି । ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଅଭୟ ରାଉତଙ୍କୁ ଟାଣି ନେଇଛି କୁମ୍ଭୀର । ୨ ମାସ ମଧ୍ୟରେ ୪ଜଣଙ୍କୁ କୁମ୍ଭୀର ଟାଣି ନେଲାଣି । ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର କାର୍ୟ୍ୟ ଜାରି ରହିଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ନଈକୂଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

Leave A Reply

Your email address will not be published.