ତିନି ଦିନ ତଳେ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର କଲା ବେଳପଡା ପୋଲିସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଭାଲୁଖାଇ ଓ ଥୁଣ୍ଡିବାହାଲ ମଝି ଜଙ୍ଗଲ ରେ ଆଜି ସକାଳେ ଏକ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ସଲଣ୍ଡି ଗାଁ ର ଜ୍ଞାନ ପ୍ରକାଶ ବେହେରା ପିତା.ଦୈତାରୀ ବେହେରା ଗତ ୧୪.୧୦.୨୪ ସୋମବାର ଦିନ ଘରୁ ନିଜ ବାଇକ୍ ଯୋଗେ ବାହାରି ଆଉ ଫେରି ନଥିଲେ।

ପରିବାର ଲୋକେ ଖୋଜାଖୋଜି କରି ନପାଇବାରୁ ବେଲ ପଡ଼ା ଥାନା ରେ ନିଖୋଜ ରିପୋର୍ଟ ଦେଇଥିଲେ। କିନ୍ତୁ ଆଦ୍ୟ ତା.୧୭.୧୦.୨୪ ଗୁରୁବାର ଦିନ ସକାଳେ ଛେଲି ଚରାଲି ମାନେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିବା ବେଳେ ଏ ବିଷୟରେ ବେଲ ପଡ଼ା ଥାନା କୁ ଖବର ଦେଇଥିଲେ। ଖବର ପାଇ ଉକ୍ତ ସ୍ଥାନକୁ ବେଲପଡ଼ା ପୋଲିସ ପହଞ୍ଚି ଖୋଳତାଡ଼ କରିବା ରୁ ସଲଣ୍ଡି ଗାଁ ର ଜ୍ଞାନ ପ୍ରକାଶ ବେହେରା ଙ୍କ ମୃତଦେହ ବୋଲି ଜାଣିବାକୁ ପାଇ ପରିବାର ବର୍ଗଙ୍କୁ ଖବର ଦେଇଥିଲେ।

ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିବା ବେଳେ ସାଇଣ୍ଟିଫିକ ଟିମ୍ ଡକାଇ ବେଲପଡା ଥାନା ଅଧିକାରୀ ଅନନ୍ତ ପ୍ରଧାନ ତଦନ୍ତ ଆରମ୍ଭ କରିଥିଲେ । ଫରେନ୍ସି ରିପୋର୍ଟ ଆସିବା ପରେ ହତ୍ୟା ନାଁ ଆତ୍ମହତ୍ୟା ବୋଲି ସଠିକ ଖବର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଉକ୍ତ ଶବଟିକୁ ଉଦ୍ଧାର କରି ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିବା ବେଳେ ସେଠାରେ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ।

Leave A Reply

Your email address will not be published.