ବନମାଲ ଗାଁରେ ୩୨ତମ ଗଜଳଷ୍ମୀ ପୂଜା ବହୁ ଧୁମଧାମରେ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର ବନମାଲ ଗାଁ ଠାରେ ମାଁ ଗଜଳଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଛି।ପ୍ରଥମ ଦିନ ସନ୍ଧ୍ୟାରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ କଳସ ଶୋଭାଯାତ୍ରା କରାଯାଇଥିଲା।

କଳସ ଆଣି ବା ପରେ ମନ୍ଦିରରେ ସ୍ଥାପନ କରି ମାଁ ପୂଜାବିଧି ଆରମ୍ଭ ହୋଇଥିଲା। ଦର୍ଶକ ମାନଙ୍କ ପାଇଁ ପ୍ରତେକ ଦିନ ପୁରାଣ ପଠନ ଓ ସନ୍ଧ୍ୟାରେ ସଂକୀର୍ତ୍ତନ,ଘୁମୁରା କାର୍ଯ୍ୟକ୍ରମ ରଖାଯାଇଛି।ଓ ରାତିରେ, ପ୍ରଥମ ରାତିରେ ଝିଆ ମାନଙ୍କ ଦ୍ଵାରା ପରିବେଷିତ ରାମାୟଣ ନାଟକ, ଦ୍ଵିତୀୟ ରାତିରେ ନୃତ୍ୟ ପ୍ରତିଯୋଗିତା ଓ କୀଚକ ବଧ ନାଟକ, ଶେଷ, ରାତିରେ ଦଣ୍ଡ କାର୍ଯ୍ୟକ୍ରମ ରଖା ଯାଇଥିଲା।

ଏଥିରେ ପୂଜକ ଶ୍ରୀ କଲକ୍ନହୁ ପାଣିଗ୍ରାହୀ, କର୍ତ୍ତା ଭାବରେ ସରୋଜ କୁମାର ବିଶ୍ୱାଲ ଓ ତାଙ୍କର ଧର୍ମ ପତ୍ନୀ ଦମୟନ୍ତି ବିଶ୍ୱାଳ, ସଭାପତି ନରେନ୍ଦ୍ର ପଧାନ,ସମ୍ପାଦକ ଅକ୍ଷୟ କୁମାର ସାହୁ, ଜୟରାମ ବରିହା, କୋଷାଧ୍ୟକ୍ଷ ଧନେଶ୍ୱର ବିଶ୍ୱାଳ ଥିବାବେଳେ ବନମାଲ ଗ୍ରାମ ର ସମସ୍ତେ ପୁର୍ଣ ସହଯୋଗ କରିଥିଲେ।

Leave A Reply

Your email address will not be published.