ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୮୫ ଦିନ ପାର କଲାଣି। ୟୁକ୍ରେନ ଆକାଶରୁ ତୁହାକୁ ତୁହା ବୋମା ବର୍ଷା କରୁଛନ୍ତି ଋଷ ସୈନିକ । ଖାରକିଭ୍..କିଭ୍କୁ ନିଜ ଦଖଲକୁ ନେଇଥିବା ବେଳେ ଶିଳ୍ପଭିତ୍ତିକ ସହର ଦୋନବାସକୁ ବି ସମ୍ପୂର୍ଣ୍ଣ ଧ୍ବଂସ କରିସାରିଲାଣି ଋଷ । ତଥାପି, ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ନାମ ଶୁଣିଲେ ରାଗରେ ପଞ୍ଚମ ହେଇଯାଉଛନ୍ତ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।ଏତିକି ବେଳେ ବିଶ୍ୱବାସୀଙ୍କୁ ତାଜୁବ କଲାଭଳି ଖବର ପ୍ରକାଣ କରିଛନ୍ତି କିଛି ବିଦେଶୀ ଗଣମାଧ୍ୟମ । ହଁ ଖବର ଏଇଆ କି, ଜେଲେନସ୍କିଙ୍କୁ ପେମ କରୁଛନ୍ତି ପୁଟିନଙ୍କ ଝିଅ କେଟେରୀନା ତିଖୋନେବା । ଖାଲି ଯେ ପ୍ରେମ କରୁଛନ୍ତି ତାହା ନୁହଁ, ଜେଲେନସ୍କି ଓ କେଟେରୀନା ଔରୁଷରୁ ତାଙ୍କର ଏକ କନ୍ୟା ସନ୍ତାନ ବି ଅଛି । ସବୁଠୁ ବଡ଼ କଥା ହେଉଛି ଉଭୟ ଉଭୟଙ୍କୁ ୨ ବର୍ଷରେ ମଧ୍ୟରେ ୫୦ ଥର ଭେଟିସାରିଛନ୍ତି ।

ଜର୍ମାନର ଗଣମାଧ୍ୟମ ସ୍ପାଇଗିଲର ସୂଚନା ମୁତାବକ ଜେଲେନସ୍କି-କେଟେରୀନା ୫ ବର୍ଷ ଧରି ପ୍ରେମ ସଂପର୍କରେ ଅଛନ୍ତି।( ଏ ଖବର ଶୁଣିବା ମାତ୍ରେ ଆଉ କାହାର କିଛି ହେଉ ବା ନହେଉ ମାତ୍ର ପୁଟିନ ପାଗଳ ପ୍ରାୟ ହେଇଯିବାଟା ନିଶ୍ଚିତ । ପୁଟିନଙ୍କ ସାନ ଝିଅ ହେଉଛନ୍ତି କେଟେରୀନା । ୧୯୮୬ ମସିହାରେ ଜନ୍ମଗ୍ରହଣ କରିଥିବା କେଟେରୀନା ଋଷର ଆରବପତି ବ୍ୟବସାୟୀ କିରିଲ ଶାମଲେବଙ୍କୁ ପ୍ରଥମ ବିବାହ କରିଥିଲେ । ହେଲେ ଏହି ବିବାହ ଗୋଟିଏ ବର୍ଷ ବି ତିଷ୍ଟି ନଥିଲା । ୨୦୧୭ ମସିହାରେ ଉଭୟ ଉଭୟଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ଜେଲେନସ୍କିଙ୍କ ସମ୍ପର୍କରେ ଆସିଥିଲେ କେଟେରୀନା । ସେପଟେ ଯଦି ଜେଲେନସ୍କିଙ୍କ କଥା କହିବା ତେବେ ଜେଲେନସ୍କି ଜଣେ ନୃତ୍ୟଶୀଳ୍ପି ଥିଲେ । ୫୨ ବର୍ଷିୟ ଜେଲେନସ୍କି ପ୍ରଥମେ କୋରିଓଗ୍ରାଫର ୟାନା ସେରେବ୍ରିକୋବାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତଥାପି ସେ କେଟେରୀନାଙ୍କୁ ଭଲ ପାଆନ୍ତି । ଆଉ ଯେତେଥର କେଟେରୀନାଙ୍କୁ କଲ କରନ୍ତି ସେତେଥର କୁହନ୍ତି ଆଇ ଲଭ ୟୁ କେଟେରୀନା… ଆଇ ଲଭ ୟୁ କେଟେରୀନା ।