ରିଲିଜ ହେଲା ଫିଲ୍ମ ଜବାନର ପ୍ରଥମ ଗୀତ, ସାଉଥ ଷ୍ଟାଇଲରେ ନାଚିଲେ ଶାହରୁଖ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରିଲିଜ ହୋଇଛି କିଙ୍ଗ ଖାନ ବହୁ ପ୍ରତିକ୍ଷୀତ ଫିଲ୍ମ ଜବାନର ପ୍ରଥମ ଗୀତ । ଜବାନର ଗୀତ ‘ଜିନ୍ଦା ବନ୍ଦା ହୈ’ ରିଲିଜ ହୋଇଛି । ଏହା କେବଳ ହିନ୍ଦୀ ନୁହେଁ ବରଂ ତାମିଲ, ତେଲୁଗୁ ଭର୍ସନ ମଧ୍ୟ ରିଲିଜ ହେବ । ଏହି ଗୀତ ରିଲିଜ ହେବା ପରେ ଶାହରୁଖଙ୍କ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଛନ୍ତି । ଶାହରୁଖ ନିଜ ଇନଷ୍ଟାଗ୍ରାମରେ ଗୀତ ସେୟାର କରିଛନ୍ତି । ଗୀତରେ ଶାହରୁଖଙ୍କ ଭିନ୍ନ ଲୁକ୍‌ ଦେଖିବାକୁ ମିଳିଛି । ସାଉଥ ନିର୍ଦ୍ଦେଶକ ଏଟଲୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମରେ ଶାହରୁଖଙ୍କ ଫୁଲ ଆକ୍ସନ ଅବତାର ଦେଖିବାକୁ ମିଳିବ ।

ଆକ୍ସନ ଛଡା ତାଙ୍କ କ୍ୟାରିଅର ସବୁଠାରୁ ଅଲଗା ଚରିତ୍ର ରହିଛି । କିଙ୍ଗ ଖାନ୍‌ ଆରମ୍ଭ ଯେଉଁଭଳି ଡର ଏବଂ ବାଜିଗରରେ ନଜର ଆସିଥିଲେ, ସେହିପରି ଏହି ଫିଲ୍ମରେ ନଜର ଆସିପାରନ୍ତି ।

Leave A Reply

Your email address will not be published.