ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଚାଲି ପାରୁନି ବିଧାନସଭା । ଗତ ଦୁଇଦିନ ପରି ଆଜି(ଗୁରୁବାର) ମଧ୍ୟ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ମଧ୍ୟଭାଗକୁ ଆଜି ହୋହାଲ୍ଲା କରିଛନ୍ତି । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ପୂର୍ବାହ୍ନ ସାଢେ 11ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଗୃହର ସାଧାରଣ କାର୍ଯ୍ୟ ସମ୍ଭବ ନ ହେବାରୁ ବାଚସ୍ପତି ସୁରମା ପାଢ଼ୀ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ଉଭୟ ଦଳ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋ-ହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ପ୍ରଥମେ କଂଗ୍ରେସ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ତୀବ୍ର ପ୍ରତିବାଦ କରିଥିଲା । ପରେ ଅନୁରୂପ ଭାବେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳର ସଦସ୍ୟମାନେ ମଧ୍ୟ ଗଞ୍ଜାମ ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନାରବାଜୀ କରିଥିଲେ । ‘ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅ, ମୋହନ ସରକାର ହାୟ ହାୟ’ଏଭଳି ନାରବାଜି କରି ଶକ୍ତି ପଦର୍ଶନ କରିଥିଲେ ବିରୋଧୀ । ଫଳରେ ବାଚସ୍ପତି 11.30 ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ଆଜି ଭୁବନେଶ୍ୱର ରେ କଂଗ୍ରେସ ପକ୍ଷରୁ (ଇଡି) କାର୍ଯ୍ୟାଳୟ ଘେରାଓ କରଯାଉଛି । ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ED କାର୍ଯ୍ୟାଳୟ ଘେରିବାକୁ ଯାଉଛନ୍ତି । ଅନ୍ୟପଟେ ବିଜେଡି ମଧ୍ୟ ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ-ଫାଇଣ୍ଡିଂ ଟିମ ଗଠନ କରି ମଦମୃତ୍ୟୁ ଘଟଣାର ଅନୁଧ୍ୟାନ କରିବାକୁ ଚିକିଟି ପଠାଇଛି ।
Comments are closed.