ହାଇକୋର୍ଟଙ୍କ କଡ଼ା ତାଗିଦ୍‌, ସୋସିଆଲ ମିଡିଆରେ କହିପାରିବେନି ବର୍ଷାନୁଭବ

0

କଟକ(ଓଡ଼ିଆ ନ୍ୟୁଜ୍ ): ଆଜି ସକାଳେ ଅନୁଭବଙ୍କ ୪ ନମ୍ବର ଭିଡିଓ ସେୟାର କରିବା ପରେ ହାଇକୋର୍ଟରେ ଦ୍ୱାସସ୍ତ ହୋଇଥିଲେ ବର୍ଷା । ଏହାପରେ ହାଇକୋର୍ଟଙ୍କ ଉଭୟ ବର୍ଷା ଓ ଅନୁଭବଙ୍କୁ କଡ଼ା ତାଗିଦ୍ ଶୁଣାଇଛନ୍ତି। ପରସ୍ପରକୁ ସୋସିଆଲ ମିଡିଆରେ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆଜି ବର୍ଷାଙ୍କ ଆବେଦନର ଶୁଣାଣି କରି ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୋସିଆଲ ମିଡିଆରେ ତାଙ୍କ ସମ୍ମାନ ହାନୀ ହେଉଥିବା ନେଇ ଆପତ୍ତି ଉଠାଇ ଥିଲେ ବର୍ଷା । ଜୁଲାଇ ୪ ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ପ୍ରାୟ ୫ ମିନିଟର ଏହି ଭିଡିଓରେ ସେ କେବଳ ତାଙ୍କ ଫ୍ୟାନ୍ ଓ ଜନତାଙ୍କ ପାଇଁ କରିଛନ୍ତି। ଭିଡିଓରେ ତାଙ୍କର ଓ ବର୍ଷାଙ୍କ ବିବାହ ବିଚ୍ଛେଦ କଥା କିମ୍ବା ନିଜକୁ କିଛି ପ୍ରମାଣିତ କରିବାର ଇଚ୍ଛା ଦର୍ଶାଯାଇନାହିଁ । ଏହି ଭିଡିଓରରେ ଅନୁଭବ ଥରଟିଏ ବି ଅଭିନେତ୍ରୀ ବର୍ଷାଙ୍କ ନାଁ ନେଇନାହାନ୍ତି । ସେ ଏବଂ ତାଙ୍କ ପରିବାର ତରଫରୁ ଫ୍ୟାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭିଡିଓରେ ଅନୁଭବ କହିଛନ୍ତି, ସେ ସକାଳୁ କେବେ ଉଠି ପାରନ୍ତି ନାହିଁ। କିନ୍ତୁ ଏବେ ରାତିରେ ନିଦ ହେବା କଷ୍ଟକର ହୋଇପଡ଼ିଛି । ନିଜ ସମର୍ଥକମାନଙ୍କ ପାଇଁ ସେ ସକାଳୁ ଉଠି କାମ କରୁଛନ୍ତି ବୋଲି କହିଛନ୍ତି ଅନୁଭବ। ଏହା ସହ ସେ ଆହୁରି କହିଛନ୍ତି କି ଏବେ ସେ ଭଡ଼ା ଘରେ ରହୁଛନ୍ତି, ନିଜ ଘରେ ରହୁନାହାନ୍ତି। ପରିବାର ସହ ରହୁଥିବା ଘର ହିଁ ତାଙ୍କର ଘର ବୋଲି କହିଛନ୍ତି ଅନୁଭବ । ହେଲେ ବାପା-ବଡ଼ ବାପାଙ୍କ ପାଇଁ ନିଜ ଘର ବେଶି ଗୁରୁତ୍ୱ ରଖେ। ନିଜର ପିତାମାତାଙ୍କୁ ଭଲ ପାଇବାରେ ଉଣା କରନ୍ତୁନି ବୋଲି କହିଛନ୍ତି ଅନୁଭବ ମହାନ୍ତି। ସମସ୍ତେ ଖୁସିରେ ରୁହନ୍ତୁ ବୋଲି ଶୁଭକାମନା ଜଣାଇବା ସହ ନିଜ ପରିବାର ସହ ରୁହନ୍ତୁ ବୋଲି ଅନୁରୋଧ କରିଛନ୍ତି ଅନୁଭବ।

Leave A Reply

Your email address will not be published.