ପାରାଦୀପ(ଓଡ଼ିଆ ନ୍ୟୁଜ୍): ପାରାଦୀପ ବନ୍ଦର ପ୍ରଶାସନିକ ଭବନ ମୁଖ୍ୟ ଫାଟକ ଆଗରେ ଶ୍ରମିକଙ୍କ ଧାରଣା ଦ୍ବିତୀୟ ଦିନରେ ପହଂଚିଛି । ପୋର୍ଟ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା, ଦରମା ବୃଦ୍ଧି, ଶ୍ରମିକ ମାନଙ୍କୁ ମ୍ୟାନେଜମେଣ୍ଟ କମିଟିରେ ଅନ୍ତର୍ଭୁ୍ତ ଓ ଚୁକ୍ତିନାମାର ନବୀକରଣ କରିବା ଭଳି ବିଭିନ୍ନ ଦାବିକୁ ନେଇ ଜି.ପି.ଏମ୍. ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଭିନ୍ନ ସମୟରେ ଷ୍ଟିଭେଡୋର୍ସ ସଂଘ ନିକଟରେ ବାରମ୍ବାର ଦାବି ଉପସ୍ଥାପନ ସତ୍ତ୍ୱେ କିଛି ସୁଫଳ ନମିଳିବାରୁ ପାରାଦୀପ ପୋର୍ଟ କର୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରମିକମାନେ ଦାବି କରିଛନ୍ତି ଜ୍ଝ ଯେଉଁଥି ପାଇଁ ଶ୍ରମିକମାନେ ପୋର୍ଟ ପ୍ରଶାସନିକ ଭବନ ଆଗରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ଜ୍ଝ ଦାବି ପୂରଣ ନ ହେବା ଯାଏ ଧାରଣରୁ ଓହରିବେ ନାହିଁ ବୋଲି ସେମାନେ ଚେତାବନି ଦେଇଛନ୍ତି। ତେବେ ୩୫ବର୍ଷ ଧରି କାମ କରିଆସୁଥିବା ଏହି ଶ୍ରମିକମାନଙ୍କ ପ୍ରତି ଚରମ ଅବହେଳା କରାଯାଉଥିବା ବେଳେ କେବେ ଏମାନଙ୍କୁ ମୌଳିକ ସୁବିଧା ମିଳିବ ତାହା ଦେଖିବାକୁ ବାକି ରହିଲା।