ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରମ୍ଭ ହେଲା ରାଜଧାନୀର ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ । ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ ହାଉସରେ ଏନେଇ ଆରମ୍ଭ ହୋଇଛି ବିଚାର ବିମର୍ଷର ପ୍ରଥମ ବୈଠକ । ଏଥିସହିତ ଏହି ବୈଠକରେ ପୋଲିସ ଡିଜି ଓ ଗୃହ ସଚିବ ମଧ୍ୟ ଉପସ୍ଥିତ ରହିଛନ୍ତି ।
ଘଟଣାକୁ ନେଇ ସତ୍ୟପାଠ ଆହ୍ୱାନ କରାଯିବ ବୋଲି କମିଶନ ସଚିବ ଗଣମାଧ୍ୟମରେ କହିଛନ୍ତି। ସତ୍ୟପାଠ ଯାଞ୍ଚ କରାଯାଇ ତଦନ୍ତ ଆଗେଇବା ସହ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ। ଏହାସହିତ ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା ହେବ।
ସୂଚନା ଅନୁସାରେ ଗତ ୧୪ତାରିଖରେ ଭରତପୁର ଥାନାରେ ମେଜର ଓ ବାନ୍ଧବୀ ଏକ ଅଭିଯୋଗ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଥାନା ଅଧିକାରୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ଅକଥନୀୟ ନିର୍ଯାତନା ଦେଇଥିଲେ, ଯାହାକି ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାରେ ସଠିକ୍ ଭାବେ ତଦନ୍ତ କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି।
Comments are closed.