ପିଏମ୍ ବିଶ୍ୱକର୍ମୀ ଯୋଜନାର ଶୁଭାରମ୍ଭ ଏକ ନୂତନ ଏବଂ ଐତିହାସିକ ପଦକ୍ଷେପ,ହାତ ତିଆରି ସାମଗ୍ରୀ ଓ କଳାକୃତି ପ୍ରସ୍ତୁତ କରୁଥିବା ପାରମ୍ପରିକ କାରିଗରମାନେ ଲାଭାନ୍ୱିତ ହେବେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚଳିତ ବଜେଟ୍‌ରେ ଦେଶର ପାରମ୍ପାରିକ କାଗିଗରଙ୍କ ପାଇଁ ଉଦ୍ଦିଷ୍ଟ ପିଏମ୍ ବିଶ୍ୱକର୍ମୀ ଯୋଜନାର ଶୁଭାରମ୍ଭ ଏକ ନୂତନ ଏବଂ ଐତିହାସିକ ପଦକ୍ଷେପ । ସେମାନେ ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ ଓ କଳାକୃତି ଆତ୍ମନିର୍ଭର ଭାରତର ଯଥାର୍ଥ ଚେତନା ପ୍ରକାଶ କରେ । ପ୍ରଥମଥର ପାଇଁ ଏହି କାରିଗରମାନଙ୍କ ନିମନ୍ତେ ସହାୟତା ପ୍ୟାକେଜ୍ ପ୍ରଦାନ କରିବା କଥା ଚିନ୍ତା କରାଯାଇଛି । ଜଣେ ଦୂରଦୃଷ୍ଟି ସମ୍ପର୍ଣ୍ଣ ନେତା ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଜର ପଛୁଆ, ଦଳୀତ, ବଂଚିତ ବର୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ୨୦୨୩-୨୪ବଜେଟ୍‌ରେ ଯେଭଳି ବିଶେଷ ବ୍ୟବସ୍ଥା ପ୍ରାବଧାନ କରିଛନ୍ତି ତାହା ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ।

ଓବିସି ମୋର୍ଚ୍ଚା ଦ୍ୱାରା ଆହୂତ “ଅମୃତକାଳ ବଜେଟ୍ ୨୦୨୩-୨୪” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରରେ ଯୋଗଦେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦର୍ଶନ ନାୟକ କହିଛନ୍ତି ଯେ, ନୂତନଭାବେ ପ୍ରଚଳିତ ହେବାକୁ ଥିବା ପିଏମ୍ ବିକାଶ ଯୋଜନା ଦ୍ୱାରା ପାରମ୍ପାରିକ କାରିଗରମାନେ ନିଜର ଉତ୍ପାଦିତ ସାମଗ୍ରୀରମାନ ଓ ପରିମାଣ ବଢ଼ାଇ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପଂହଚିପାରିବେ । ସେମାନେ ମଧ୍ୟ ନିଜର ଉତ୍ପାଦନ ବଢ଼ାଇ ଏମ୍‌ଏସ୍‌ଏମ୍‌ଇ ଯୋଗାଣ ଶୃଙ୍ଖଳା ସହିତ ସାମିଲ ହେବାର ସୁଯୋଗ ପାଇବେ । ଏହି ଯୋଜନାରେ ସଂପୃକ୍ତ କାରିଗରଙ୍କୁ ଆର୍ôଥକ ସହାୟତା ସହିତ ଉନ୍ନତ ଦକ୍ଷତା ବିକାଶ ତାଲିମ, ଆଧୁନିକ ଡିଜିଟାଲ ଟେକନୋଲୋଜି ଜ୍ଞାନ, ଦକ୍ଷ ଗ୍ରୀନ ଟେକନୋଲୋଜି, ବ୍ରାଣ୍ଡ ପ୍ରୋମୋସନ, ସ୍ଥାନୀୟ ଓ ବିଶ୍ୱ ବଜାର ସହିତ ସଂଯୁକ୍ତ ହେବାର ସୁଯୋଗ, ଡିଜିଟାଲ ପେମେଂଟ ଓ ସାମାଜିକ ସୁରକ୍ଷା ସୁବିଧା ଦିଆଯିବ । ଏହି ଯୋଜନା ଦ୍ୱାରା ତଫସିଲଭୁକ୍ତ ଜାତି, ଉପଜାତି, ଓବିସି, ମହିଳା ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକେ ଅଧିକ ଉପକୃତ ହେବେ ବୋଲି ଶ୍ରୀ ନାୟକ କହିଛନ୍ତି । ଏତଦ୍‌ଭିନ୍ନ ପ୍ରଧାନମନ୍ତ୍ରୀଙ୍କର ସମସ୍ତ ଗରୀବ କଲ୍ୟାଣକାରୀ ଯୋଜନାରେ ଏହି ବର୍ଗମାନେ ସର୍ବାଧିକ ଉପକୃତ ହୋଇପାରିବେ ବୋଲି ବଜେଟ୍ ସମ୍ପର୍କିତ ଆଲୋଚନା ଚକ୍ରରେ ଯୋଗଦେଇଥିବା ବକ୍ତାମାନେ ନିଜର ମତ ରଖିଛନ୍ତି । ଓବିସି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.