ଦୃଷ୍ଟିବାଧିତଙ୍କୁ ବି ଛାଡିଲେ ନାହିଁ ଶୁଳିଆପଦା ତହସିଲର ରାଜସ୍ୱ ପର୍ଯ୍ୟବେକ୍ଷକ, ଲାଞ୍ଚନେଉଥିବା ଧରିଲା ଭିଜିଲାନ୍ସ

0

 ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୁଣି ଜଣେ ଲାଞ୍ଚୁଆ ସରକାରୀ ବାବୁ ଭିଜିଲାନ୍ସ ଜାଲରେ । ଦୃଷ୍ଟିବାଧିତଙ୍କୁ ବି ଛାଡିଲେ ନାହିଁ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ତହସିଲର ରାଜସ୍ୱ ପର୍ଯ୍ୟବେକ୍ଷକ । ୨୫୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ରାଜସ୍ୱ ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର ପାଢୀ । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଶୁଳିଆପଦା ବ୍ଳକ ଅଁଳାକୁଡା ପଞ୍ଚାୟତର ଦେବୀ ବେସ୍ରାଙ୍କ ଠାରୁ ନେଉଥିଲେ ଲାଞ୍ଚ । ଦୃଷ୍ଟିବାଧିତ ବିବାହ ପ୍ରତ୍ସାହୋନ ରାଶି ୨ ଲକ୍ଷ ୫୦ ହଜାର କରାଇ ଦେବାକୁ ୧ ପ୍ରତିଶତ ନେଉଥିଲେ ଲାଞ୍ଚ । ଦେବୀ ବେସ୍ରା ଗତ ୨୦୨୨ ମସିହା ନଭେମ୍ବର ୪ ତାରିଖରେ ଅନାଥ ଦୃଷ୍ଟି ବାଧିତ ଯୁବତୀ ସୁକୁଲ କିସ୍କୁଙ୍କୁ ବିବାହ କରିଥିଲେ । ଦୃଷ୍ଟି ବାଧିତଙ୍କୁ ବିବାହ କଲେ ସରକାରୀ ସହାୟତା ୨ ଲକ୍ଷ ୫୦ ହଜାର ପାଇବାକୁ ଯୋଗ୍ୟ । ଏହି ଆଧାରରେ ଦେବୀ ଓ ସୁକୁଲ ଶୁଳିଆପଦା ତହସିଲରେ ସହାୟତା ରାଶି ପାଇଁ ଆବେଦନ କରିଥିଲେ । ଏହି ସହାୟତା ରାଶି ମଞ୍ଜୁର ପାଇଁ ରାଜସ୍ୱ ପର୍ଯ୍ୟବେକ୍ଷକ ୧ ପ୍ରତିଶତ ୨୫୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ଦେବୀ ବାଲେଶ୍ୱର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଅପରାହ୍ନ ୪ ଟା ସମୟରେ ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଲାଞ୍ଚ ଟଙ୍କା ସମେତ ଅଭିଯୁକ୍ତକୁ ଗିରଫ କରିଛି ଭିଜିଲାନ୍ସ । କାର୍ଯ୍ୟାଳୟ ଓ ବାରିପଦା ସ୍ଥିତ ବାସଭବନରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

 

Leave A Reply

Your email address will not be published.