ରେଡ କାର୍ପେଟ୍‌ରେ ଦୀପିକାଙ୍କୁ ମାଡି ବସି କିସ୍ କଲେ ଏହି ବ୍ୟକ୍ତି, ଭାଇରାଲ ହେଲା ଭିଡିଓ

0

ମୁମ୍ବାଇ(ଓଡ଼ିଆ ନ୍ୟୁଜ୍‌): ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏବେ ଚର୍ଚ୍ଚାରେ ଅଛନ୍ତି। ଚର୍ଚ୍ଚାରେ ଏଇଥି ପାଇଁ ଅଛନ୍ତି କି, ଜାଣିଲେ ଆପଣ ବି ତାଜୁବ ହୋହୋଇଯିବେ । ଦୀପିକା ବର୍ତ୍ତମାନ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ରେ ସାମିଲ୍ ହୋଇଛନ୍ତି। ସେଠାରେ ତାଙ୍କୁ ଜୁରୀ ହେବା ସହ ରେଡ୍  କାର୍ପେଟ୍‌ରେ ଏଣ୍ଟ୍ରି କରି ନିଜର ଜଲୱା ଦେଖାଇଛନ୍ତି। ତାଙ୍କ ଫ୍ୟାଶନ୍ ଆଇକନ୍ ଅନ୍ଦାଜ ଫଟୋଗ୍ରାଫରମାନେ ବେଶ୍ ପସନ୍ଦ କରିଛନ୍ତି । ତାଙ୍କର ଅନେକ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଅସଲ କଥା ହେଉଛି ରେଡ କାର୍ପେଟରୁ ଦୀପିକାଙ୍କର ଏକ ଭିଡିଓ ଏବେ ସାରା ବିଶ୍ବରେ ଚର୍ଚ୍ଚାର ଅଛି। ଦୀପିକା ରେଡ କାର୍ପେଟରେ ପାପାରାଜି ପାଇଁ ପୋଜ୍ ଦେଉଥିବା ବେଳେ ନିଜକୁ ସମ୍ବାଳି ପାରିଲେନି ଜଣେ ଯୁବକ । ବସିଥିବା ସ୍ଥାନରୁ ହଠାତ୍ ଉଠିଆସି ଦୀପିକାଙ୍କୁ ଆଲିଙ୍ଗନ କରି କିସ୍ କରିଛନ୍ତି। ତେବେ ଯୁବକ ଜଣକ କିଏ ସେନେଇ ତାଙ୍କର କିଛି ପରିଚୟ ମିଳିନି ।

Leave A Reply

Your email address will not be published.