ପୋଲିସକୁ ଗାଳି କରିଲେ ମନ୍ତ୍ରୀଙ୍କ ପତ୍ନୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାହାରିଥିଲେ ମନ୍ତ୍ରୀଙ୍କ ପତ୍ନୀ। ହେଲେ ଅଧ ରାସ୍ତାରେ ଅଟକି ଯାଇଥିଲା ତାଙ୍କ ଗାଡି। ଟ୍ରାଫିକ୍‌ରେ ଫସି ଯାଇଥିଲେ ମନ୍ତ୍ରୀଙ୍କ ସ୍ତ୍ରୀ। ବାସ୍‌ ଏତିକିରେ ସେ ଚିହିଁକି ଉଠିଥିଲେ। ରାଗରେ ସେ ପୂରା ତମ୍‌ ତମ୍‌ ହୋଇଯାଇଥିଲେ। ଏହାପରେ ପୁଲିସ ଉପରେ ସେ ବର୍ଷିଛନ୍ତି। ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ସୂଚନା ମୁତାବକ, ଏହି ଘଟଣା ଅନାମୟ ଜିଲ୍ଲାରେ ଘଟିଛି। ​​ଯେତେବେଳେ ମନ୍ତ୍ରୀଙ୍କ ପତ୍ନୀ ହରିଥା ରେଡ୍ଡୀ ଏକ ସ୍ଥାନୀୟ କାର୍ଯ୍ୟକ୍ରମକୁ ଯାଉଥିଲେ। ଏକ କାରର ଯାତ୍ରୀ ଆସନରେ ବସିଥିବା ହରିଥାଙ୍କୁ ସବ୍-ଇନ୍ସପେକ୍ଟରଙ୍କ ପାଇଁ ପ୍ରାୟ ୩୦ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଥିବାରୁ ସେ ପାଟି କରୁଥିବାର ଶୁଣିବାକୁ ମିଳିଛି। ସେ ତାଙ୍କୁ ଅନେକ ପ୍ରଶ୍ନ ପଚାରିବା ସହ ତାଙ୍କ ଆଚରଣରେ ଅସନ୍ତୋଷ ବ୍ୟକ୍ତ କରି ପୁଲିସ ଅଧିକାରୀଙ୍କୁ ତାଗିଦ କରିଥିଲେ।

ସେ ପୁଲିସ୍‌କୁ ପଚାରିଥିଲେ,‘ତମ ପାଇଁ ସକାଳ ହୋଇନାହିଁ କି? ତୁମେ ଡ୍ୟୁଟି ଅସିଛ ନା ବାହାଘର ଭୋଜି ଖାଇବାକୁ ଆସିଛ? ତୁମ ପାଇଁ ମୁଁ ଅଧଘଣ୍ଟା ହେଲା ଅପେକ୍ଷା କରିଛି। ତୁମକୁ କିଏ ଦରମା ଦେଉଛି? ସରକାର ନା ୱାଇଏସ୍‌ଆର୍‌ସିପି? ବୋଲି ସେ ସବ୍‌ଇନ୍ସପେକ୍ଟରଙ୍କୁ ପ୍ରଶ୍ନ ପଚାରିଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।’

ଭିଡିଓ ଶେଷରେ, ସବ୍-ଇନ୍ସପେକ୍ଟର ହରିଥା ରେଡ୍ଡୀଙ୍କୁ ଅଭିବାଦନ ଜଣାଇ ସାଲ୍ୟୁଟ୍‌ ମାରିଥିଲେ। ମନ୍ତ୍ରୀଙ୍କ ପତ୍ନୀ ତାଙ୍କୁ କନ୍‌ଭେର ନେତୃତ୍ୱ ନେବାକୁ ନିର୍ଦ୍ଦେଶ ଦେଇ ଆଗକୁ ବଢ଼ିଥିଲେ। ହରିଥା ରେଡ୍ଡୀଙ୍କ ଏଭଳି ଆଚରଣ ଅନେକଙ୍କୁ ପସନ୍ଦ ଆସିନାହିଁ। ତ‌ାଙ୍କୁ ଅନେକ ୟୁଜର୍ସ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ କରୁଛନ୍ତି।

Comments are closed.