ବିରୋଧୀ ଇଣ୍ଡିଆ ବ୍ଲକ୍‌ ପାଇଁ ଏହା ଏକ ନୈତିକ ବିଜୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଇଭିଏମ୍‌ ଉପରେ ଭରସା ନାହିଁ। କାଲି ନଥିଲା କି ଆଜି ବି ନାହିଁ। ୮୦ରୁ ୮୦ ସିଟ୍‌ ଜିତି ଗଲେ ବି ଇଭିଏମ୍‌ ଉପରେ ଭରସା ହେବ ନାହିଁ।’ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ ତଥା ଇଭିଏମ୍‌କୁ ନେଇ ଆଜି ସାଂସଦରେ ଏଭଳି କିଛି କହିଛନ୍ତି ସମାଜବାନୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ।  ସେ ନିଜର ମତ ବ୍ୟକ୍ତ କରି କହିଛନ୍ତି ଯେ ବିରୋଧୀ ଇଣ୍ଡିଆ ବ୍ଲକ୍‌ ପାଇଁ ଏହା ଏକ ନୈତିକ ବିଜୟ। ରାଷ୍ଟ୍ରପତିଙ୍କ ସମ୍ବୋଧନରେ ‘ମୋସନ ଅଫ୍ ଥ୍ୟାଙ୍କ୍‌ସ୍‌’ରେ ଅଂଶଗ୍ରହଣ କରି କନ୍ନଜ ସାଂସଦ କହିଛନ୍ତି ଯେ ଇଣ୍ଡିଆ ବ୍ଲକର ଭବିଷ୍ୟବାଣୀକୁ ଅସ୍ୱୀକାର କରି ଏନଡିଏକୁ ଗର୍ବକୁ ଜନସାଧାରଣ ଭାଙ୍ଗି ଦେଇଛନ୍ତି।

ଲୋକେ କହୁଛନ୍ତି ଏ ସରକାର ଚାଲିବନି ବରଂ ଭାଙ୍ଗିଯିବ । ୧୫ ଅଗଷ୍ଟ ଭାରତର ସ୍ୱାଧୀନତା ଦିବସ ଏବଂ ୪ ଜୁନ୍ ସାମ୍ପ୍ରଦାୟିକ ରାଜନୀତିରୁ ସ୍ୱାଧୀନତାର ଦିବସ । ସମ୍ବିଧାନ ହିଁ ସଞ୍ଜିବନୀ ଏବଂ ଏହି ନିର୍ବାଚନରେ ସମ୍ବିଧାନର ରକ୍ଷକଙ୍କର ବିଜୟ ହୋଇଛି । ଏ ଦେଶ କାହାର ବ୍ୟକ୍ତିଗତ ଆଂକାକ୍ଷାରେ ନୁହେଁ ବରଂ ଜନ ଆକାଂକ୍ଷାରେ ଚାଲିବ । ବିଭିନ୍ନ ପ୍ରସଙ୍ଗ ଉଠାଇ ଅଖିଳେଶ ଯାଦବ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । କେବଳ ଏତିକି ନୁହେଁ ଇଭିଏମକୁ ନେଇ ସଂସଦରେ ବଡ ବୟାନ ରଖିଛନ୍ତି ଅଖିଳେଶ ଯାଦବ। ସେ କହିଛନ୍ତି, ଯେତେବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ସେତେବେଳେ ନିର୍ବାଚନ ଆୟୋଗ କିଛି ଲୋକଙ୍କୁ ବହୁତ ସହଯୋଗ କଲେ। ନିର୍ବାଚନ କମିଶନ ଭଳି ସଂସ୍ଥା ନିରପେକ୍ଷ ହେଲେ ହିଁ ଭାରତର ଗଣତନ୍ତ୍ର ମଜବୁତ ହେବ। ଏପରିକି ଆଜି ବି ଇଭିଏମ ଉପରେ ମୋର ଭରସା ନାହିଁ।

ଉତ୍ତରପ୍ରଦେଶର ୮୦ରୁ ୮୦ ଆସନ ଜିତିଗଲେ ମଧ୍ୟ ଇଭିଏମ ଉପରେ ଭରସା ଆସିବନି। ଆମେ ନିର୍ବାଚନରେ କହିଥିଲୁ ଇଭିଏମରେ ଜିତିବୁ ଏବଂ ଇଭିଏମକୁ ହଟାଇବୁ। ଇଭିଏମ ସମ୍ପୂର୍ଣ୍ଣ ନ ହଟିବା ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ ଜାରି ରହିବ। ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଇଭିଏମ ହଟାଇ ଦେବେ ବୋଲି ଅଖିଳେଶ କହିଛନ୍ତି। ସେହିପରି ଅଯୋଧ୍ୟା କଥା ଉଠାଇ କବିତା ଜରିଆରେ ବିଜେପିର କଟା ଘା’ରେ ଲୁଣ ଦେବାକୁ ଚେଷ୍ଠା କରିଛନ୍ତି ସପା ମୁଖ୍ୟ। ସେ ନିଆରା ଢ଼ଙ୍ଗରେ ବିଜେପିକୁ କରିଛନ୍ତି ଟାର୍ଗେଟ୍‌। ସେ କହିଛନ୍ତି, ହେଓ ଓ୍ୱହି ଯୋ ରାମ ରୁଚି ରଖା। ଅର୍ଥାତ ଯାହା ରାମ ଚାହୁଁଥିଲେ ତାହା ହେଲା। ଅଯୋଧ୍ୟାରେ ବିଜେପିର ପରାଜୟକୁ ଇଙ୍ଗିତ କରି ଅଖିଳେଶ ଏଭଳି କହିଛନ୍ତି।

Leave A Reply

Your email address will not be published.