ଆରମ୍ଭ ହେଲା ମୌସୁମୀ ଅଧିବେଶନ, ଭିସିରେ ଯୋଡ଼ିହୋଇଛନ୍ତି ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଚାଲିଛି ଗୃହକାର‌୍ୟ୍ୟ । ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ବିଧାୟକ ଭିସିରେ ସାମିଲ ହୋଇଛନ୍ତି । ଗୃହ ଆରମ୍ଭରୁ ଦିବଂଗତ ବିଧାୟକ ସୁରେନ୍ଦ୍ର ନାଥ କହଁରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ଦଳ ଉପନେତା ଏବଂ କଂଗ୍ରେସ ବିଧାୟକ ଦଳ ନେତା, କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାବନ କରିଛନ୍ତି ।

ଚଳିତ ମୌସୁମୀ ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ । କାହିଁକି ନା ପୂର୍ବରୁ ଚଳିତ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପିତ ହୋଇଥିଲା । ଏଣୁ ଆଜି ଅର୍ଥାତ୍ ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣଙ୍ଗ ବଜେଟ୍ ଉପସ୍ଥାପିତ ହେବ । ଏହି ଅଧିବେଶନର ପ୍ରଥମ ପର‌୍ୟ୍ୟାୟ ଜୁଲାଇ ୭ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର‌୍ୟ୍ୟାୟ ଜୁଲାଇ ୧୩ରୁ ଆରମ୍ଭ ହୋଇ ଅଗଷ୍ଟ ୪ରେ ଶେଷ ହେବ । ଚଳିତ ବଜେଟ୍ ଅଧିବେଶନରେ ସମୁଦାୟ ୨୪ଟି କାର‌୍ୟ୍ୟଦିବସ ରହିଛି ।

Leave A Reply

Your email address will not be published.