ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାରାଷ୍ଟ୍ରରୁ ଅଣାଯାଇଥିବା ନୂଆ ବାଘୁଣୀକୁ ଶିମିଳିପାଳ କବାଟଘାଇ ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବ ।ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଶିମିଳିପାଳ ନର୍ଥର ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବ । ତେବେ ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିବା ବାଘୁଣୀର ବୟସ ୩ ବର୍ଷ ।
ବାଘୁଣୀର ନାମ ଜିନତ୍ ରଖା ଯାଇଥିବା ପିସିସିଏଫ୍ଙ୍କ ସୂଚନା । ‘ଜିନତ’କୁ ଆଜି ସକାଳ ୯ଟାରେ ଶିମିଳିପାଳ କୋର ଏରିଆରେ ଥିବା ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ଛଡ଼ା ଯାଇଛି । ଏଥିସହ ଏକ ବିଶେଷଜ୍ଞ ଦଳ ତା’ ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ଗତ ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ତାକୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା।
ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇ ଆଇନଗତଃ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଛି। ପୂର୍ବରୁ ଗତ ଅକ୍ଟୋବର ୨୮ରେ ଶିମିଳିପାଳକୁ ଆସିଥିଲା ଯମୁନା । ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ ଯମୁନାକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣରେ ଛଡ଼ା ଯାଇଥିଲା । ଏବେ ଦ୍ବିତୀୟ ବାଘୁଣୀ କୁ ଶିମିଳିପାଳ ଅଣାଯାଇଛି ।