୩୪ ଏକର ଜମିରେ ବାଲିଯାତ୍ରା କରିବାକୁ ଅନୁମତି ଦେଲେ ଜାତୀୟ ଗ୍ରୀନ ଟ୍ରିବୁନାଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ୩୪ ଏକର ଜମିରେ ହେବ କଟକ ବାଲିଯାତ୍ରା । କଟକ ହଡ଼ିଆପଠାଠାରେ ୪୨୬ ଏକର ଜମିରେ ବର୍ଫି ଯୋଜନା ପାଇଁ ଖାରଜ କଲେ ଜାତୀୟ ଗ୍ରୀନ ଟ୍ରିବୁନାଲ । ଏବେ କେବଳ ୩୪ ଏକର ଜାଗା ଉପରେ ହିଁ ବାଲିଯାତ୍ରା କରିବାକୁ ଅନୁମତି ମିଳିଛି । ଏଥିସହ ଉକ୍ତ ସ୍ଥାନକୁ ପରିଷ୍କାର ପରିଚ୍ଛନ କରିବା ପାଇଁ ରହିଛି ନିର୍ଦ୍ଦେଶ ଦିଆଯାଇଛି । ଖବର ଅନୁଯାୟୀ, ପୂର୍ବରୁ ଅଧିକ ଜାଗାରେ ବାଲିଯାତ୍ରା କରିବାକୁ କଟକ ପ୍ରଶାସନ ଚିନ୍ତା କରୁଥିଲା । କିନ୍ତୁ ଏତେ ପରିମାଣର ଜାଗାରେ ବାଲିଯାତ୍ରା କରିବାକୁ ଏନଜିଟି ଅମଙ୍ଗ ହୋଇଥିଲେ । ଏପିରିକି କିଛି ମାସ ତଳେ ଏନଜିଟିଙ୍କ ଦ୍ଵାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି କଟକର ବିଭିନ୍ନ ସ୍ଥାନ ବୁଲି ମହାନଦୀର ସ୍ଥିତି ଅନୁଧ୍ୟାନ କରିଥିଲେ ।

ଯୋବ୍ରା ଠାରୁ ଗଡଗଡିଆ ଘାଟ ଭିତରେ ଥିବା ୪୨୬ ଏକର ପରିମିତ ପଠାକୁ ବିଶେଷଜ୍ଞ କମିଟି ବିଶେଷ ଭାବେ ଅନୁଧ୍ୟାନ କରିଥିଲା । ଉକ୍ତ ସ୍ଥାନକୁ ବାଲି ଦ୍ଵାରା ପୋତିଦିଆ ଯାଇଥିବା ହେତୁ, ଜୈବ ମଣ୍ଡଳ ପ୍ରଭାବିତ ହୋଇଛି , ପରିବେଶ ପ୍ରଦୂଷିତ ହୋଇଛି ।ତେଣୁ ଏହା ସମ୍ପୂର୍ଣ ବେଆଇନ ବୋଲି କମିଟି ତା ରିପୋର୍ଟରେ ଉଲ୍ଲେଖ କରିଥିଲେ । ତେଣୁ ଆଗକୁ ମହାନଦୀର ଆଉ କୌଣସି ପଠାକୁ ନପୋତିବା ଏବଂ ବାଲିଯାତ୍ରା ପାଇଁ ୩୪ ଏକର ଜାଗାକୁ ଛାଡି ଅବଶିଷ୍ଟ ନଦୀ ପଠାରେ ବୃକ୍ଷ ରୋପଣ କରିବାକୁ କମିଟି ପ୍ରସ୍ତାବ ଦେଇଥିଲେ । ଅନ୍ୟପଟେ କଟକ ଜିଲ୍ଲାପାଳ ଭାବାନି ଶଙ୍କର ଚୟନୀ କହିଛନ୍ତି କି ବର୍ଫି ବୋଲି କୌଣସି ଯୋଜନା ନଥିଲା । ଏନଜିଟି ନିର୍ଦ୍ଦେଶ ମୁତାବକ ସ୍ଥାନ ରେ ହିଁ ସୁରୁଖୁରୁରେ ସମ୍ପାଦନ କରାଯିବ

Leave A Reply

Your email address will not be published.