ବିଜେଡିର ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡିର ସାଙ୍ଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ସରକାରୀ ଆଲିଶାନ୍ ବାସଭବନ ଭଙ୍ଗାଯାଉଥିବା ସୂଚନା ରହିଛି। କିଏ ଭାଙ୍ଗୁଛି ଓ କାହିଁକି ଭାଙ୍ଗୁଛି ସେନେଇ କିଛି ସୂଚନା ନାହିଁ। ଆଜି ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉକ୍ତ କ୍ୱାର୍ଟର ପରିସରେ ଜଣେ ସାମ୍ବାଦିକଙ୍କୁ ବି ତାଲା ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମାତ୍ର ୫୦୦ ମିଟର ଭିତରେ ଥିବା ଏହି ସରକାରୀ କ୍ୱାର୍ଟରକୁ ବବି କିଭଳି ଭାଙ୍ଗୁଛନ୍ତି ଓ ଦାଦାଗିରି ଦେଖାଇ ସାମ୍ବାଦିକଙ୍କୁ ବି ତାଲା ପକାଇବାକୁ ପଛାଉ ନାହାନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ।

ସୂଚନା ଅନୁସାରେ, ବବିଙ୍କ କ୍ୱାର୍ଟରରେ ଚାଲିଥିବା ଭଙ୍ଗାରୁଜାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଆଜି ଏନେଇ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ଲାଇଭ୍‌ ପ୍ରସାରଣ କରିବା ପରେ ବବିଙ୍କର ସହଯୋଗୀମାନେ ଉତ୍‌କ୍ଷିପ୍ତ ହୋଇ ସାମ୍ବାଦିକଙ୍କୁ ବି ତାଲା ପକାଇବାକୁ ପଛାଇ ନ ଥିବା ଅଭିଯୋଗ ହୋଇଛିବିଜେଡି ସରକାର ଅମଳରେ ରାଜଭବନ ସମ୍ମୁଖସ୍ଥ ୟୁନିଟ-୬ ଅଂଚଳର ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସକୁ ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଜୁନ୍ ୧୯ତାରିଖରେ ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ନାଁରେ ଆବଂଟନ କରିଥିଲା । ସେହିବର୍ଷ ଅଗଷ୍ଟ ୧୭ ତାରିଖରେ ପ୍ରଣବ ଉକ୍ତ କ୍ୱାର୍ଟରକୁ ନିଜ ଦଖଲକୁ ନେଇଥିଲେ।

ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ମେ’ ମାସରେ ଆସିଥିବା ମହାବାତ୍ୟା ‘ଫନି’ର ଫାଇଦା ଉଠାଇ ପ୍ରଣବପ୍ରକାଶ ତାଙ୍କୁ ଆବଂଟିତ କ୍ୱାର୍ଟର ଜାଗାକୁ ବେଆଇନ ଭାବେ ବଢ଼ାଇଥିଲେ । ଗତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରଣବ ପ୍ରକାଶ ଦାସ ଭୟଭୀତ ହୋଇ ଏଭଳି କାମ କରାଉଥିବା ଚର୍ଚ୍ଚା ହେଉଛି। ସେ ନିଜେ ମଧ୍ୟ ସମ୍ବଲପୁର ଲୋକସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରି ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ପରାଜୟ ବରଣ କରିଥିଲେ।

Leave A Reply

Your email address will not be published.