ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଜହ୍ନରାଇଜରେ ସଫଳ ଅବତରଣ ପରେ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଗଡି ଗବେଷଣା କରୁଛି । ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-୩। ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋକୁ ପଠାଉଛି ନୂଆ ନୂଆ ତଥ୍ୟ। ସେଠାରେ ମାଟିର ତାପମାତ୍ରା କେତେ ରହେ ତା’ର ଅନୁସନ୍ଧାନ କରିଛି ବିକ୍ରମରେ ଲାଗିଥିବା ପେଲୋଡ୍। ଏନେଇ ଇସ୍ରୋ ଏକ୍ସ କରି ସୂଚନା ଦେଇ କହିଛି, ‘ଚନ୍ଦ୍ରର ଭୂପୃଷ୍ଠରୁ ୧୦ ସେମି ପର୍ୟ୍ୟନ୍ତ ତାପମାତ୍ରାରେ ପାର୍ଥକ୍ୟ ଥିବା ଜଣାପଡୁଛି।
ପ୍ରଥମ କରି ମହାକାଶ ବିଜ୍ଞାନ ଇତିହାସରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁର ମୃତ୍ତିକା ପରୀକ୍ଷା କରି ଏହି ସୂଚନା ପଠାଇଛି। ‘ଇସ୍ରୋ ଏହାର ଏକ ଗ୍ରାଫ୍ ମଧ୍ୟ ସେୟାର୍ କରିଛି। ଗ୍ରାଫରେ ଥିବା ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ପର୍ୟ୍ୟନ୍ତ ଥିବା ଦେଖିବାକୁ ମିଳୁଛି। ଇସ୍ରୋ କହିଛି ଯେ, ଏଥିରେ ୧୦ ଟି ଭିନ୍ନ ଭିନ୍ନ ତାପମାତ୍ରା ସେନ୍ସର ଅଛି। ଏହି ଗ୍ରାଫରେ ଚନ୍ଦ୍ରର ତାପମାତ୍ରାର ପାର୍ଥକ୍ୟ ଦେଖାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ କରି ତାପମାତ୍ର ଯାଞ୍ଚ କରାଯାଇଥିବା ଇସ୍ରୋ କହିଛି।
ଚନ୍ଦ୍ରର ଦକ୍ଷିଣମେରୁ ପାଇଁ ଏହା ହେଉଛି ପ୍ରଥମ ପ୍ରୋଫାଇଲ୍। ବିସ୍ତୃତ ନିରୀକ୍ଷଣ ଜାରି ରହିଛି ବୋଲି ଇସ୍ରୋ କହିଛି। ଚାରିଟି ବିକ୍ରମ ଲ୍ୟାଣ୍ଡରରେ, ଦୁଇଟି ପ୍ରଜ୍ଞା ରୋଭରରେ ଏବଂ ଗୋଟିଏ ପ୍ରପଲସନ ମଡ୍ୟୁଲ୍ରେ ଅଛି। ଏହି ପେଲୋଡ୍ଗୁଡିକ ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ କରିବାକୁ ଡିଜାଇନ୍ କରାଯାଇଛି। ଚନ୍ଦ୍ର ମାଟିର ଅଧ୍ୟୟନ କରୁଥିବା ଚେଷ୍ଟ ବ୍ୟତୀତ ବିକ୍ରମ ପାଖରେ ରମ୍ଭା (ଆୟନ ଏବଂ ଇଲେକ୍ଟ୍ରନ୍ ଅଧ୍ୟୟନ ପାଇଁ ଉଦ୍ଦିଷ୍ଟ), ଇଲ୍ସା (ଭୂକମ୍ପକୁ ଅଧ୍ୟୟନ ପାଇଁ ଉଦ୍ଦିଷ୍ଟ) ଏବଂ ଏଲ୍ଆର୍ଏ (ଚନ୍ଦ୍ରର ଗତିଶୀଳତାକୁ ବୁଝିବା ପାଇଁ ଉଦ୍ଦିଷ୍ଟ) ପେଲୋଡ୍ ଅଛି ବୋଲି ଇସ୍ରୋ କହିଛି।