ଲାଞ୍ଚ ନେଉବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିନିଅର ଆକାଉଣ୍ଟାଣ୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖଡିଆଳ ଡିଏଫଓ ଅଫିସର ସିନିଅର ଆସିଣ୍ଟାଣ୍ଟ ସଂଜୟ କୁମାର ବାଗ। ୨୦୨୨ ମସିହାରେ ସ୍ବେଚ୍ଛାକୃତ ଅବସର ପରେ ବିନୋଦିନୀ କୈବର୍ତ୍ତଙ୍କ ପେନସନ ପେପର କରିବା ପାଇଁ ସଂଜୟ କୁମାର ବାଗ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଅଭିଯୋଗକାରୀ ତାଙ୍କ ଭଉଣୀଙ୍କ ପେନ୍‌ସନ୍‌ କାଗଜପତ୍ର ଦସ୍ତାବିଜ ଏବଂ ଅବସରକାଳୀନ ସୁବିଧା ପ୍ରାପ୍ତ କରିବା ଲାଗି ଉକ୍ତ ଟଙ୍କା ଦେଉଥିଲେ। ଏନେଇ ଅଭିଯୁକ୍ତ ଶ୍ରୀ ବ୍ୟାଗଙ୍କ ପୂର୍ବରୁ ୨୦ ହଜାର ଟଙ୍କା ମାଗିଥିଲେ। ଏହାପରେ ସେ ଏନେଇ ଭିଜିଲାନ୍ସକୁ ଖବର ଦେଇଥିଲେ। ତେବେ ଅଭିଯୋଗକାରୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲଂଜୟଙ୍କୁ ଧରିଛି ଭିଜିଲାନ୍ସ।

ସୂଚନା ଅନୁଯାୟୀ, ୨୦୨୨ ମସିହାରେ ସ୍ବେଚ୍ଛାକୃତ ଅବସର ପରେ ବିନୋଦିନୀ କୈବର୍ତ୍ତଙ୍କ ପେନସନ ପେପର କରିବା ପାଇଁ ସଂଜୟ କୁମାର ବାଗ  ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଅଭିଯୋଗକାରୀ ତାଙ୍କ ଭଉଣୀଙ୍କ ପେନ୍‌ସନ୍‌ କାଗଜପତ୍ର ଦସ୍ତାବିଜ ଏବଂ ଅବସରକାଳୀନ ସୁବିଧା ପ୍ରାପ୍ତ  କରିବା ଲାଗି ଉକ୍ତ ଟଙ୍କା ଦେଉଥିଲେ। ଏନେଇ ଅଭିଯୁକ୍ତ ଶ୍ରୀ ବ୍ୟାଗଙ୍କ ପୂର୍ବରୁ ୨୦ ହଜାର ଟଙ୍କା ମାଗିଥିଲେ। ଏହାପରେ ସେ ଏନେଇ ଭିଜିଲାନ୍ସକୁ ଖବର ଦେଇଥିଲେ। ଆଜି ଅଭିଯୋଗକାରୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଖଡିଆଳ ଡିଏଫଓ ଅଫିସର ସିନିଅର ଆସିଣ୍ଟାଣ୍ଟ ସଂଜୟ କୁମାର ବାଗ। ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଶ୍ରୀ ବାଗଙ୍କ ଘର ଓ ଅନ୍ୟ ଏକ ଜାଗାରେ ଏବେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢଉ ଚାଲିଛି। ଏନେଇ କୋରାପୁଟ ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.