ପୁଷ୍ପା ୨’ ଶୁଟିଂ ଗାଡି ଦୁର୍ଘଟଣାଗ୍ରସ୍ତ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଫିଲ୍ମ ‘ପୁଷ୍ପା ୨’ ଶୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଗାଡ଼ି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ବସ୍‌ଟି ‘ପୁଷ୍ପା ୨’ର କଳାକାରଙ୍କୁ ଧରି ଆନ୍ଧ୍ରପ୍ରଦେଶରୁ ଶୁଟିଂ ସାରି ହାଇଦ୍ରାବାଦ ଫେରୁଥିଲା। ଏହି ସମୟରେ ତେଲେଙ୍ଗାନାର ନାଲଗୋନ୍ଦା ଜିଲ୍ଲାରେ ଆଜି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ବସ୍‌ଟି ଫିଲ୍ମର କଳାକାରଙ୍କୁ ଧରି ଫେରୁଥିବା ବେଳେ ହାଇଦ୍ରାବାଦ-ବିଜୟୱାଡା ରାଜପଥର ନର୍‌କେଟପଲ୍ଲୀ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଆର୍‌ଟିସି ବସ୍‌କୁ ଧକ୍କା ଦେଇଥିଲା।

ଏଥିରେ ୨ ଜଣ କଳାକାର ସାମାନ୍ୟ ଆହତ ହୋଇଛନ୍ତି। ଗାଡ଼ି ଖରାପ ହେବା ଯୋଗୁ ଆର୍‌ଟିସି ବସ୍‌ ଡ୍ରାଇଭର ରାସ୍ତାକଡ଼ରେ ଗାଡ଼ି ରଖି ଏହାକୁ ଠିକ୍‌ କରୁଥିଲେ। ଏହି ସମୟରେ କଳାକାରଙ୍କୁ ଧରି ଫେରୁଥିବା ବସ୍‌ ଡ୍ରାଇଭର ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଗାଡ଼ିକୁ ଦେଖି ପାରିନଥିଲେ ଓ ଧକ୍କା ଦେଇଥିଲେ।ସୂଚନାଥାଉ କି, ଗତ ମାସରେ ପାନ୍‌ ଇଣ୍ଡିଆ ଫିଲ୍ମ ‘ପୁଷ୍ପା-୨’ର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା।

ପୁଷ୍ପା-୨ ଗାଡି ଦୁର୍ଘଟଣା ଘଟଣା ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଦୁଃଖ ପ୍ରକାଶ ପାଇଛି।

 

Leave A Reply

Your email address will not be published.