ପୁଅକୁ ପିଟିପିଟି ମାରିଲେ ବାପା ଓ ସାବତ ମାଆ

0

ପାରାଦୀପ(ଓଡ଼ିଆ ନ୍ୟୁଜ୍‌): ସାମାନ୍ୟ ରଜଡ୍ରେସ୍ କିଣାକୁନେଇ ୧୫ବର୍ଷର ପୁଅକୁ ପିଟିପିଟି ମାରିଦେଲେ ବାପା ଓ ସାବତ ମାଆ ଜ୍ଝ ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ଉପକଣ୍ଠ ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁର ଗ୍ରାମରେ ଜ୍ଝ ବାପା ଓ ସାବତ ମା ମିଶି ୧୫ ବର୍ଷର ପୁଅକୁ ପିଟି ପିଟି ମାରି ଦେବା ପରେ ବେକରେ ରଶି ଲଗାଇ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗାଁ ର ସ୍କୁଲ ପଛପଟେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି ପୁଅର ମୃତ ଦେହ। ବାପା ଓ ସାବତ ମା ପିଟି ପିଟି ମାରି ଦେଇଥିବା ମାମୁଁ ଘର ପକ୍ଷରୁ ଅଭୟଚାନ୍ଦପୁର ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ପକ୍ଷରୁ ଉଭୟ ବାପ ଓ ସାବତ ମା କୁ ଅଟକରଖି ପଚରା ଉଚୁରା ଜାରି ରଖିଥିବା ବେଳେ, ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ବୁଧବାର ସକାଳୁ ତ୍ରିଲୋଚନପୁର ଗ୍ରାମର ମକରା ବେହେରା ଙ୍କ ୧୫ ବର୍ଷର ପୁଅ ରାହୁଲ ବେହେରା ଙ୍କ ଶବ ସ୍କୁଲ ପଛପଟ ବାଡିରୁ ମିଳିବା ପରେ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଗତ ୧୦ ବର୍ଷ ତଳେ ପାରିବାରିକ ଗଣ୍ଡଗୋଳ ରୁ ମକରା ଙ୍କ ପ୍ରଥମ ସ୍ତ୍ରୀ ଙ୍କ ମୃତ୍ୟୁ ହୋଇଥିଲା , ଯାହାକୁ ନେଇ ମକରା କିଛି ଦିନ ଜେଲ ମଧ୍ୟ ଯାଇଥିଲେ। ପରେ ମକରା କୁନି ବେହେରାଙ୍କୁ ଦ୍ବିତୀୟ ବିବାହ କରିଥିଲେ ମଧ୍ୟ ପ୍ରଥମ ସ୍ତ୍ରୀ ର ପୁଅ ରାହୁଲ ଙ୍କୁ ମାରଧର କରିବା ସହିତ ନିର‌୍ୟ୍ୟାତନା ଦେଉଥିବା ଗ୍ରାମର କିଛି ବ୍ୟକ୍ତି ସୂଚନା ଦେଇଛନ୍ତି। ମଙ୍ଗଳବାର ପ୍ରଥମ ରଜ ଥିବା ବେଳେ ନୁଆଡ୍ରେସ୍ କୁ ନେଇ ସାବତ ମା ଓ ବାପା ରାହୁଲଙ୍କୁ ଗାଳିଗୁଲଜ କରିଥିବା ସୂଚନା ମିଳୁଛି। ତେବେ ବାଡେଇ ମାରିଦେବା ଘଟଣାକୁ ଉଭୟ ବାପା ଓ ସାବତ ମା ଅସ୍ବୀକାର କରିବା ସହିତ , ରାହୁଲ କୁ ଆକଟ କରିଥିବା ପ୍ରକାଶ କରିବାସହ ପରବର୍ତ୍ତୀ ସମୟରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଉଭୟ କହିଛନ୍ତି। ମାମୁଁ ଘର ପକ୍ଷରୁ ଅଭୟଚାନ୍ଦପୁର ଥାନା ରେ ଏତଲା ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଉଭୟ ବାପା ଓ ସାବତ ମା ଙ୍କୁ ପଚରାଉଚରା ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ।

Leave A Reply

Your email address will not be published.