ହକି ବିଶ୍ବକପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।  ସେ କହିଛନ୍ତି ବିଭିନ୍ନ ବିଭାଗକୁ ଯେଉଁ କାର୍ଯ୍ୟ ନେଷ୍ଟ କରାଯାଇଛି ସେ କାମଗୁଡିକ ଆଗେଇ ଚାଲିଛି। ବିଶ୍ୱକପ ଆରମ୍ଭାର ବହୁ ପୂର୍ବରୁ ଏହି କାର୍ଯ୍ୟ ସରିଯିବ।  ୧୩ ଜାନୁୟାରୀରେ ରାଉଲକେଲାରେ ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିଭଳି କଟକର ବାରବାଟୀ ଷ୍ଟାଡିୟମରେ ମଧ୍ୟ ଜାନୁୟାରୀ 11 ତାରିଖରେ ହକୀ ବିଶ୍ୱକପ ନେଇ ଏକ ଭବ୍ୟ କାଯ୍ୟକ୍ରମର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।

ଯେଉଁଠି ୪୦ ହଜାର ଦର୍ଶକ ଏବଂ ଅତିଥି ଯୋଗ ଦେବେ। ତାସହ ରାଜ୍ୟର ସମସ୍ତ ପଂଚାୟତରେ ହକୀ ସହ ଅନ୍ୟ ଖେଳ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହ ହକୀର ମାହୋଲ ସ୍ତୁଷ୍ଟି କରିବାକୁ ପାଇଁ ବିଭିନ୍ନ କାଯ୍ୟକ୍ରମ ହାତକୁ ନିଆଯିବାକୁ ଯୋଜନା ରହିଛି। ବିଶ୍ୱକପ ହକୀର ସେରମନି ପ୍ରୋସେସନକୁ ଜିଲ୍ଲାଗୁଡିକକୁ ମଧ୍ୟ କରାଯିବା। ଅନୁଧ୍ୟାନ ଚାଲିଛି ଖୁବ ଶୀଘ୍ର ଆମେ ଲାଇସେନ୍ସ ପାଇବୁ ସହ କମରସିଆଲ ସେଵା ଆରମ୍ଭ କରିବୁ। ଏହାଶହ ହକୀ ଖେଳାଳୀମାନଙ୍କୁ ଚାଟାଡ଼ ଫ୍ଲିଇଟରେ ଭୁବନେଶ୍ୱର ଏବଂ ରାଉଲକେଳାକୁ ନେବଆଣିବା କରାଯିବା।

Leave A Reply

Your email address will not be published.