ବହୁଦିନର ଲୁଚକାଳି ପରେ ପୁଲିସ ହାବୁଡରେ ପଡି ବନ୍ଧାହେଲା ଠକ ବ୍ୟବସାୟୀ: ଜାଲ୍ କମ୍ପାନୀ ରେଜିଷ୍ଟେସନ କରି ଲୁଟୁଥିଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବହୁଦିନର ଲୁଚକାଳି ପରେ ପୁଲିସ ହାବୁଡରେ ପଡି ବନ୍ଧାହେଲା ଠକ ବ୍ୟବସାୟୀ ସତ୍ୟବ୍ରତ ପୃଷ୍ଟି | ଠକିବା ପାଇଁ ସେ ଆପଣାଇ ଥିଲା ଭିନ୍ନ ତରିକା । ଏକ ଜାଲ୍ କମ୍ପାନୀ ରେଜିଷ୍ଟେସନକରି ଲୁଟୁଥିଲା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଓ ବ୍ୟବସାୟିଙ୍କୁ । କୋର୍ଟରେ ରୁଜୁ ହୋଇଥିବା ଏକ ଓ୍ବାନସିସି ମାମଲା ଆଧାରରେ କଟକ ରଘୁନାଥପୁର ଅଞ୍ଚଳର ଠକ ସତ୍ୟବ୍ରତକୁ ଚନ୍ଦ୍ରଶେଖରପୁର ପୁଲିସ୍ ଚକେଇସିଆଣିରୁ ଆରେଷ୍ଟ୍ କରି କୋର୍ଟ ଫରଓ୍ବାର୍ଡ କରିଚି |

ସୂଚନା ଅନୁସାରେ ଅଭିଯୋଗକାରୀ ଏସ.ବି.ଏସ୍ ଟ୍ରେଡିଙ୍ଗ କର୍ପୋରେସନ ନାମକ ଏକ କମ୍ପାନୀ ଭୁବନେଶ୍ବରସ୍ଥ ଚନ୍ଦ୍ରଶେଖରପୁରରେ ୨୦୨୧ ମସିହାରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ବ୍ୟବସାୟ କରି ଆସୁଛନ୍ତି । ଗିରଫ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ କମ୍ପାନୀରୁ ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଆଣିଥିଲେ । ପରବର୍ତ୍ତୀ ସମୟରେ ସାମଗ୍ରି ବାବଦ କିଛି ଟଙ୍କା ପୈଠ କରି ବାକିଟଙ୍କା ଦେଇନଥିଲେ । ଏପରିକି ସେ ଜିନିଷ ଆଣିନଥିବା କହି ଠକି ଚାଲିଥିଲେ । ଏ ନେଇ ଅଭଯୋଗକାରୀ କୋର୍ଟରେ ପିଟିସନ୍ ଦାୟର କରିଥିଲେ । ପିଟିସନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଏହି ବ୍ୟକ୍ତି ଅନେକ ନିରିହ ଲୋକଙ୍କୁ ପ୍ରତାରଣା କରି ସଫଳ ହେବା ପାଇଁ ଯୋଜନାବଦ୍ଧ ଭାବେ ଅପରାଧିକ ଷଡଯନ୍ତ୍ର କରି ଆସୁଚି । ପୋଲିସ୍ ତଦନ୍ତ କରି ଠକ ସତ୍ୟବ୍ରତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.