ସୁପ୍ରିମକୋର୍ଟକୁ ପୋଷ୍ଟ ଅଫିସ କରିଦିଆଯାଉଛି: ବର୍ଷିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବର୍ଷିଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟ ସୋମବାର ଏକ ଆବେଦନର ଶୁଣାଣି କରି ଆବେଦନାରୀଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟ ବିଚାରପତି ଡିୟାଇ ଚନ୍ଦ୍ରଚୂଡ, ନ୍ୟାୟମୂର୍ତ୍ତି ପିଏସ୍ ନରସିହ୍ମା, ଓ ବିଚାରପତି ମନୋଜ ମିଶ୍ରା କେରଳର ଜଣେ ୩୯ ବର୍ଷୀୟ ଓକିଲଙ୍କ ଆବେଦନର ଶୁଣାଣି କରି କଡା ଜବାବ ଦେଇଛନ୍ତି । ଏହି ଆବେଦନ ବନ୍ଦେ ଭାରତର ଟ୍ରେନର ରହଣୀ ସମ୍ପର୍କୀତ ଥିଲା । ଆବେଦନକାରୀ ଅଭିଯୋଗ କରିଥିଲେ ଯେ, ବନ୍ଦେ ଭାରତ ପାଇଁ ଏକ ଷ୍ଟପେଜ୍ ଆବଣ୍ଟନ କରାଯାଉ । କିନ୍ତୁ ଏହା ସଫଳ ହେଲା ନାହିଁ ।

କେରଳ ମଲପୁରମ୍ ଏକ ଜନବହୁଳ ଅଞ୍ଚଳ ଏଠକାର ଅଧିକାର ଜନତା ଟ୍ରେନ ଉପରେ ନିର୍ଭରଶୀଳ । କିନ୍ତୁ ଏଠାରେ ପୂର୍ବରୁ ଟ୍ରେନ୍ ଷ୍ଟପେଜ୍ ଆବଣ୍ଟନ ହୋଇଥିଲେ ବି ଏହାକୁ ପରେ ପ୍ରତ୍ୟାହାର କରିନିଆଯାଇଥିଲା । ତେଣୁ ଏଠାରେ ଏକ ଷ୍ଟପେଜ୍ ଆବଣ୍ଟନ କରାଯାଉ । ଏଭଳି କୌଣସି ଅଭିଯୋଗ ଦାଏର କରି ସର୍ବୋଚ୍ଚ ନ୍ୟାୟଳକେୁ ପୋଷ୍ଟ ଅଫିସ୍ କରିଦିଆଯାଉଛି ବୋଲି କହି ବର୍ଷିଛନ୍ତି ସିଜେଆଇ ଚନ୍ଦ୍ରଚୂଡ ।

Leave A Reply

Your email address will not be published.