ଟ୍ୱିଟରରେ ଟ୍ରେଣ୍ଡ କରୁଛି ପୁଷ୍ପା-୨ର ଟିଜର୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍’ର ଅଭୂତପୂର୍ବ ସଫଳତା ପରେ ଏବେ ନିର୍ମାଣ ହେଉଛି ଏହାର ଦ୍ବିତୀୟ ଭାଗ ‘ପୁଷ୍ପା: ଦ ରୁଲ୍’। ପ୍ରଥମ ଭଗର କାହାଣୀ, ଗୀତ ଓ ଡାଏଲଗ ଲୋକପ୍ରିୟ ହୋଇଥିବା ବେଳେ ଦ୍ବିତୀୟ ଭାଗକୁ ବ୍ଲକବଷ୍ଟର କରିବାକୁ ଯାଉଛି । ଏହାରି ଣଧ୍ୟରେ ଆଜି ସାମ୍ନାକୁ ଆସିଛି ପୁଷ୍ପା-୨ର ଟିଜର । ବ୍ଲକବଷ୍ଟର ଚଳଚ୍ଚିତ୍ର ପୁଷ୍ପାର ଦ୍ୱିତୀୟ ଅଧ୍ୟାୟର ଟିଜର ରିଲିଜ ହୋଇଛି । ଏହି ଟିଜରରରେ ପୁଷ୍ପା କେଉଁଠି? ତାକୁ ନେଇ କାହାଣୀ ଆଗକୁ ବଢୁଛି । ଅଲ୍ଲୁ ଅର୍ଜୁନ ଷ୍ଟାରର ଏହି ମୁଭିରେ ଅନେକ ସସପେନ୍ସ ରହିଛି । ଟିଜରରୁ ହିଁ ଫିଲ୍ମରେ ଅନେକ ରୋମାଞ୍ଚ ଥିବା ଜଣାପଡୁଛି । ସାମାଜିକ ଗଣମାଧ୍ୟମରେ ପୁଷ୍ପାର ଟ୍ରେଲରକୁ ଲୋକଙ୍କ ଭଲ ପାଇବା ମିଳୁଥିବା ଦେଖିବାକୁ ମିଳୁଛି । ଟ୍ୱିଟରରେ ମଧ୍ୟ ପୁଷ୍ପା-୨ରେ ଟିଜର ଟ୍ରେଣ୍ଡ କରୁଛି ।

‘ପୁଷ୍ପା-ଦ ରାଇଜ’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ‘ପୁଷ୍ପା’ର ପୁରା ଟିମ୍‌ ଫିଲ୍ମ ରିଲିଜ ପାଇଁ ରୁଷିଆରେ ପହଞ୍ଚିଛି। ଏଥିରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନା ଏବଂ ଫିଲ୍ମର ନିର୍ଦ୍ଦେଶକ ସୁକୁମାର ମଧ୍ୟ ସାମିଲ ଅଛନ୍ତି। ଅନ୍ୟପଟେ ପ୍ରଶଂସକମାନେ ବେଶ୍‌ ଉତ୍ସାହର ସହିତ ପୁଷ୍ପାର ଦ୍ୱିତୀୟ ଭାଗକୁ ଅର୍ଥାତ୍‌ ‘ପୁଷ୍ପା-ଦ ରୁଲ’କୁ ଅପେକ୍ଷା କରିଛନ୍ତି। ଖବର ଅନୁଯାୟୀ, ରୁଷିଆରୁ ଫେରିବା ପରେ ଅଲ୍ଲୁ ଅର୍ଜୁନ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଇତିମଧ୍ୟରେ ଫିଲ୍ମକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି ଯେ, ପୁଷ୍ପା-୨ରେ ଆଉ ଜଣେ ନୂଆ କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ। ଫିଲ୍ମ ନିର୍ମାତା ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ବ୍ଲକବଷ୍ଟର ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର ଖଳନାୟକ ସଜ୍ଜଦ ଡେଲାଫ୍ରୁଜଙ୍କୁ ସାଇନ କରିବାକୁ ମନବୋଳଇଛନ୍ତି। ଏହି ଫିଲ୍ମରେ ସଜ୍ଜଦ ଡେଲାଫ୍ରୋଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିପାରନ୍ତି ବୋଲି ଶୁଣିବାକୁ ମିଳିଛି।

ଏପଟେ କୁହାଯାଉଛି କି, ଏପର୍ଯ୍ୟନ୍ତ ପୁଷ୍ପା-୨ର ଯାହା ବି ସୁଟିଂ ହୋଇଥିଲା, ତାକୁ ନେଇ ଖୁସିନାହାନ୍ତି ନିର୍ଦ୍ଦେଶକ ସୁକୁମାର। ଏଥିପାଇଁ ସେ ପୁଣି ଥରେ ଆରମ୍ଭରୁ ଫିଲ୍ମର ସୁଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ପୁଷ୍ପା-୨ର ଟିଜର ରିିଲିଜ୍ ହେବ ବୋଲି କୁହାଯାଉଥିବା ବେଳେ ଏବେ ଏଭଳି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ମଧ୍ୟ କୁହାଯାଉଛି ଯେ, ନିର୍ଦ୍ଦେଶକ କିଛି ମାସ ବିରତି ନେଇ ୩ମାସ ପରେ ଫିଲ୍ମର ସୁଟିଂ ଆରମ୍ଭ କରିବେ। ତେବେ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ସୂଚନା ମିଳିନଥିବାରୁ ଚର୍ଚ୍ଚା ହେଉଥିବା କଥା ସତ କି ନୁହଁ, ତାହା ସ୍ପଷ୍ଟ ହୋଇପାରିନାହିଁ। ଏହା ପୂର୍ବରୁ ଚର୍ଚ୍ଚା ହୋଇଥିଲା ଯେ, ଫିଲ୍ମର ରାଇଟ୍ସକୁ ୧୦୫୦ କୋଟିରେ ବିକ୍ରି କରିବାକୁ ଅଲ୍ଲୁ ଅର୍ଜୁନ ନିଷ୍ପତ୍ତି ନେଇଛନ୍ତି। ‘ପୁଷ୍ପା’ର ଅପାର ସଫଳତା ପରେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳୁଥିବା ବେଳେ ଏବେ ନିର୍ମାତା ଏହାର ରାଇଟ୍ସକୁ ବିପୁଳ ଟଙ୍କାରେ ବିକ୍ରି କରିବାକୁ ଚାହୁଛନ୍ତି।

Leave A Reply

Your email address will not be published.