ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରିଲିଜ୍ ହୋଇଛି ବଲିଉଡ ଫିଲ୍ମ ତାଲି’ର ଟିଜର । ଏଥିରେ କିନ୍ନର ଭୂମିକାରେ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ। ଏହି ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି । ଏହାର ଟିଜରକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । କିନ୍ନର ତଥା ସାମାଜିକକର୍ମୀ ଶ୍ରୀଗୌରୀ ସାୱନ୍ତଙ୍କ ସଂଘର୍ଷର କାହାଣୀକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି । ଏହି ଫିଲ୍ମରେ ଶ୍ରୀଗୋରୀ ଭୂମିକାରେ ନଜର ଆସିବେ ସୁସ୍ମିତା । ଏଥିରେ ଅଭିନେତ୍ରୀଙ୍କ ପ୍ରଥମ ଲୁକ ଭାଇରାଲ ହୋଇଥିଲା । ଏବେ ‘ତାଲି’ର ଟିଜର ରିଲିଜ ହୋଇଛି, ଯେଉଁଥିରେ କାହାଣୀର ଝଲକ ଦେଖିବାକୁ ମିଳିଛି । ‘ତାଲି’ ହେଉଛି ସୁସ୍ମିତାଙ୍କ ବହୁ ପ୍ରତୀକ୍ଷିତ ୱେବ ସିରିଜ । ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ସୁସ୍ମିତାଙ୍କ ଚରିତ୍ର ଏବଂ ଟିଜରରେ ତାଙ୍କ ଅଭିନୟ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିଛି । ଏଥିରେ ସେ ବହୁତ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଦେଖାଯାଉଛନ୍ତି । ଏହି ଭିଡିଓ କ୍ୟାପସନରେ ଲେଖାଯାଇଛି ଯେ, ଗାଳିଠାରୁ ଆରମ୍ଭ କରି ତାଲି ପର୍ଯ୍ୟନ୍ତ ଯାତ୍ରାର କାହାଣୀ ଏଥିରେ ଅଛି ।
ଏହି ଫିଲ୍ମଟି ଅଗଷ୍ଟ ୧୫ ତାରିଖରେ ରିଲିଜ ହେବ । ରବି ଯାଦବଙ୍କ ନିର୍ଦ୍ଦେଶିତ ଫିଲ୍ମ ତାଲି ଜିଓ ସିନେମାରେ ଷ୍ଟ୍ରିମିଂ ହେବ । ଅର୍ଜୁନ ସିଂ ବାରନ ଏବଂ କାର୍ତ୍ତିକଡି ନିଶାନଦାର ଏହାର ନିର୍ମାତା । ‘ତାଲି’ ହେଉଛି କିନ୍ନର ଶ୍ରୀଗୌରୀ ସାୱନ୍ତଙ୍କ କାହାଣୀ । ସେ କିନ୍ନରଙ୍କ ଅଧିକାର ପାଇଁ ଦୀର୍ଘ ଦିନ ଧରି ଲଢ଼େଇ କରି ଆସୁଥିଲେ । ଶେଷରେ ୨୦୧୪ ମସିହାରେ ସୁପ୍ରିମକୋର୍ଟ ରାୟ ଦେଇ ସେମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେଇଥିଲେ ।