ଆଇପିଏଲ ଟ୍ରଫି ଜିତିବା ପରେ ଅହମଦାବାଦରେ ବିଜୟ ଉତ୍ସବ ପାଳିଲା ଟାଇଟନ୍ସ

0

ଅହମଦାବାଦ(ଓଡ଼ିଆ ନ୍ୟୁଜ୍ ): ଆଇପିଏଲ ଟଫି ଜିତିବା ପରେ ଅହମଦାବାଦରେ ବିଜୟ ଉତ୍ସବ ପାଳିଲା ଗୁଜରାଟ ଟାଇଟନ୍ସ । ସୋମବାର ସଂଧ୍ୟାରେ ଏକ ଖୋଲା ବସ୍ ପରେଡ୍ରେ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଖେଳାଳିମାନେ ଖୋଲା ବସ୍ ପରେଡ୍ରେ ଯାଇ ପ୍ରଶଂସକଙ୍କ ସହ ବିଜୟର ଖୁସି ମନାଇଛନ୍ତି। ଏହା ସ୍ଥାନୀୟ ଉସମାନପୂରା ରିଭରଫ୍ରଣ୍ଟରୁ ବିଶ୍ବକୁଞ୍ଜ ରିଭରଫ୍ରଣ୍ଟ ପର୍ଯ୍ୟନ୍ତ ଯାଇଥିଲା ପ୍ରଶଂସକ ନିଜ ପ୍ରିୟ ଖେଳାଳିମାନଙ୍କୁ ପାଖରେ ପାଇ ଖୁସିରେ ବିଭୋର ହୋଇଯାଇଥିଲେ। ତେବେ ଅଧିନାୟକ ପାଣ୍ଡ୍ୟା ହିଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ। ଅହମଦାବାଦରେ ହଜାର ହଜାର ପ୍ରଶଂସକ ସଡ଼କର ଦୁଇ ପାର୍ଶ୍ବରେ ଛିଡ଼ା ହୋଇ ଗୁଜରାଟ ଟାଇଟନ୍ସ ଦଳକୁ ଅଭିବାଦନ ଜଣାଇଥିଲେ। କେତେକ ଫ୍ଲାଏଓଭର ପୋଲ ଉପରେ ଛିଡ଼ା ହୋଇ ଖେଳାଳିଙ୍କ ଉପରକୁ ପୁଷ୍ପ ବୃଷ୍ଟି କରିଥିଲେ । ଏହି ପରେଡ୍ରେ ଖେଳାଳିଙ୍କ ସହ ଦଳର ସମସ୍ତ ଅଧିକାରୀ ଏବଂ ପ୍ରଶିକ୍ଷକ ମଣ୍ଡଳି ମଧ୍ୟ ସାମିଲ ହୋଇଥିଲେ। ପରେଡ୍ ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦଳର ସମସ୍ତ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ ଯେ ଚଳିତବର୍ଷର ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ଘରୋଇ ପରିବେଶ ରେ ମାତ୍ର ଗୋଟିଏ ମ୍ୟାଚ୍ (ଫାଇନାଲ୍) ଖେଳିଥିଲା। ଏକ ଲକ୍ଷରୁ ଅଧିକ ଦର୍ଶକଙ୍କ ସମ୍ମୁଖରେ ଖେଳିଥିବା ଏହି ମ୍ୟାଚ୍କୁ ଜିତି ସବୁଦିନ ପାଇଁ କିନ୍ତୁ ସ୍ମରଣୀୟ କରି ଦେଇଥିଲା।

Leave A Reply

Your email address will not be published.