ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବରରେ ରୋଚକ ଖବର ସାମ୍ନାକୁ ଆସିଛି। ଗାଈକୁ ନେଇ ଦେଖା ଦେଇଛି ବିବାଦ। ଘଟଣାକୁ ନେଇ ଅଡୁଆରେ ପଡିଛି ଧଉଳି ପୋଲିସ। ଗୋଟିଏ ଗାଈକୁ ନେଇ ନେଇ ଦୁଇ ଲୋକଙ୍କ ଭିତରେ ଟଣା ଓଟରା ଚାଲିଛି । ଥାନାରେ ବନ୍ଧା ହୋଇଥିବା ଗାଈକୁ ନେଇ ଦୁଇ ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ । ଗାଈର ଅସଲି ମାଲିକ କିଏ ଓ କିଏ ନକଲି ତାହା ଜଣାପଡିନାହିଁ। ନିଜ ନିଜ ଭିତରେ ସମସ୍ୟା ସମାଧାନ ନ ହେବାରୁ ଧଉଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ମାଲିକ ।
ଅନ୍ୟପଟେ ପୋଲିସ ଏ ସମସ୍ୟାର ସମାଧାନ ନକରି ପାରି ଗାଈକୁ ଥାନାରେ ଅଟକ ରଖିଛି ।ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳ ଖଟୁଆପଡାର ଜଣଙ୍କ ଗାଈ କିଛି ଦିନ ପୂର୍ବରୁ ହଜିଯାଇଥିଲା। ସେ ବହୁତ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ । ଗତ ୧୦ ଦିନ ତଳେ ଗାଈଟି ଗହୀର ବିଲରେ ଚରୁଥିବା ନେଇ କିଛିଲୋକ ମହିଳାଙ୍କୁ କହିଥିଲେ। ଏହାପରେ ସେ ଖୋଜାଖୋଜି କରିବା ପରେ ନଖାଉରପାଟଣାର ଜଣେ ମହିଳାଙ୍କ ଗୁହାଳେ ଥିବା ଜାଣିପାରିଥିଲେ। ଏହାପରେ ହଜିଯାଇଥିବା ଗାଈର ମାଲିକ ନଖାଉରପାଟଣାର ଅନ୍ୟଜଣେ ମହିଳାଙ୍କ ଗୁହାଳୁ ଗାଇ ଫିଟାଇ ନେଇଥିଲେ। ଏହାକୁ ନେଇ ମହିଳା ଓ ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଏନେଇ ଗଣ୍ଡଗୋଳ ଆରମ୍ଭ ହୋଇଗଲା ।
ମହିଳା ଘରେ ନଥିବାର ସୁଯୋଗ ନେଇ ତାଙ୍କ ଗୁହାଳରୁ ଗାଈଟିକୁ ଫିଟାଇ ନେଇଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ସେ ଗାଈଟି ତାଙ୍କର ଏବଂ ଅନ୍ୟଜଣେ ମହିଳା ତାଙ୍କୁ ଗୁହାଳରୁ ଗାଈଟିକୁ ଫିଟାଇ ନେଇଯାଇଛନ୍ତି। ହେଲେ ପୁଲିସ ଜାଣିପାରୁନି ଗାଈର ପ୍ରକୃତ ମାଲିକ କିଏ ।ତେଣୁ ଗାଈ ଏବେ ଥାନା ଦୁଆରେ ବନ୍ଧା ହୋଇ ରହିଛି । ଗାଈକୁ ନିଜର ବୋଲି ଦାବି କରି ଉଭୟ ଥାନା ଆଗରେ ବସିରହିଛନ୍ତି ।