ଗେଲଙ୍କୁ ଭେଟି ସୋସିଆଲ ମିଡିଆରେ ପୋଷ୍ଟ କଲେ ବିଜୟ ମାଲ୍ୟା, ୟୁଜର କହିଲେ ଏମିତି…

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ୱେଷ୍ଟ ଇଣ୍ଡିଜ୍ ଅଲରାଉଣ୍ଡର କ୍ରିସ୍ ଗେଲଙ୍କୁ ଭେଟିଛନ୍ତି ଭାରତରେ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟା । ଏନେଇ ବିଜୟ ମାଲ୍ୟା ନିଜ ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି । ସେ ସେଥିର କ୍ରିସ ଗେଲଙ୍କ ସହ ଏକ ଫଟୋ ଦେଇ ଲେଖିଛନ୍ତି ଯେ, ମୋ ସାଙ୍ଗ ୟୁନିଭର୍ସ ବସ୍ କ୍ରିସ୍ ଗେଲଙ୍କ ସହିତ ସାକ୍ଷାତ କରି ମୋତେ ଖୁସି ଲାଗିଛି । ଯେବେଠାରୁ ମୁଁ ତାଙ୍କୁ ଆରସିବି ଟିମ୍ରେ ନେବାକୁ ସ୍ଥିର କରିଥିଲେ, ସେବେଠାରୁ ସେ ମୋର ସୁପର ସାଙ୍ଗ ରହିଛନ୍ତି ।

https://twitter.com/TrollerBabua/status/1539423945664827393?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1539423945664827393%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.prameyanews7.com%2Fvijay-mallya-meets-chris-gayle%2F

ତେବେ ଏହି ଫଟୋ ପୋଷ୍ଟ ପରେ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ୍ ହୋଇଛନ୍ତି ବିଜୟ ମାଲ୍ୟା । ଅନେକ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ, ଗେଲଙ୍କ ସହିତ ସାକ୍ଷାତ କରୁଛ, କେତେବେଳ ସମୟ ବାହାର କରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଧିକାରୀଙ୍କ ସହିତ ସାକ୍ଷାତ କର । ଏପରି ଅନେକ ମଜାଳିଆ କମେଣ୍ଟ ଦେଇଛନ୍ତି ଲୋକେ ।

Leave A Reply

Your email address will not be published.