ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୧ରେ ହେବ ଉପବାଚସ୍ପତି ନିର୍ବାଚନ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଛନ୍ତି ବିଧାନସଭା ସଚିବ । ରଜନୀକାନ୍ତଙ୍କ ଇସ୍ତଫା ପରେ ଖାଲି ପଡିଛି ପଦବୀ ।ଖୁବ ଶୀଘ୍ର ପୂରଣ ହେବ ଓଡିଶା ବିଧାନସଭାର ଉପବାଚସ୍ପତି ପଦ।
ଆଜି ଏ ନେଇ ବିଧାନସଭା ସଚିବଙ୍କ ପକ୍ଷରୁ ସମସ୍ତ ସଦସ୍ୟଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଚଳିତ ମାସ ୨୧ରେ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ସକାଳ ୯ଟା ୩୦ରେ ନିର୍ବାଚନ ହେବ। ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ନଭେମ୍ବର ୮ ତାରିଖରେ ଇସ୍ତଫା ଦେବା ପରେ ସେହି ପଦବୀ ଖାଲି ପଡିଛି।
ସୂଚନାଯୋଗ୍ୟ, ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ କିଛି ଦିନ ତଳେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ବାଚସ୍ପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେଇଥିଲେ।ସେ କହିଥିଲେ ଯେ ଉପବାଚସ୍ପତି ଏକ ସାମ୍ବିଧାନିକ ପଦ। ତେଣୁ ସାମ୍ବିଧାନିକ ପଦବୀରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନଥିଲି। ଆଖି ଆଗରେ ନିର୍ବାଚନ ଅଛି। ତେଣୁ ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି। ୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି। ୨୦୧୯ ଜୁନ୍ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ।