ରାତି ଅଧରେ ଟଙ୍କା ବାଣ୍ଟିଲେ କର୍ମୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାତି ଅଧିରେ ଟଙ୍କା ବାଣ୍ଟିଲେ କର୍ମୀ | ନିର୍ବାଚନକୁ ସ୍ୱଚ୍ଚ କରିବା ପାଇଁ ନିର୍ବାଚନ ଅଧିକାରି,ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି | ଟଙ୍କା ବାଣ୍ଟିବା ଉପରେ କଟକଣା ଲଗାଇଛନ୍ତି,ଏକା ଉପରେ ରୋକ ଲଗାଇବା ପାଇଁ ପୋଲିସ ଫ୍ଲାଇଂ ସ୍କ୍ୱାର୍ଡ ସମସ୍ତ ଜାଗାରେ ଗାଡି ଚେକିଂ କରୁଛନ୍ତି |

ଧରା ପଡିଲେ ଟଙ୍କା ଜବଦ କରିବା ସହିତ ଏହି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରା ଯାଉଛି | ଏତେ ସବୁ ପରେ ମଧ୍ୟ ଏହା ଉପରେ ପ୍ରତି ବନ୍ଧକ ଲାଗି ପାରୁନି,ଗତକାଲି ବିଳମ୍ବିତ ରାତିରେ ବାଲିଆପାଳ ବ୍ଲକ ରତାଇ ପଞ୍ଚାୟତରେ ଜଣେ ବିଧାୟକ ପ୍ରାର୍ଥୀ ତାଙ୍କର କିଛି ସମର୍ଥକଙ୍କ ସହିତ ଟଙ୍କା ବାଣ୍ଟୁଥିବା ସନ୍ଦେହରେ ଗ୍ରାମବାସୀ ପହିଞ୍ଚି ଭିଡିଓ ଉତ୍ତଳନ କରିଥିଲେ | ଯାହାକୁ ନେଇ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା |

ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହି ଲୋଙ୍କୁ ବୁଝାସୁଝା କରିଥିଲେ | ଏନେଇ ସ୍ଥାନୀୟ ଲୋକେ ବାଲିଆପାଳ ପୋଲିସ ଜରିଆରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି | ଏନେଇ ବାଲିଆପାଳ ଥାନାଧିକାରୀଙ୍କୁ ପଚାରିବାରୁ ର୍ପ୍ରାୀଙ୍କ ନିକଟରୁ କୌଣସି ଟଙ୍କା ଜବଦ ହୋଇ ନଥିବା କହିଛନ୍ତି | କେବଳ ହାଉଲିଂ କରିବା ପାଇଁ ଏମିତି ହୋଇଥିବା କହିଛନ୍ତି ।

Leave A Reply

Your email address will not be published.