ଶ୍ରୀଜିଉଙ୍କ ସ୍ୱତନ୍ତ୍ର ବାଙ୍କଚୁଡା ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ । ପଞ୍ଚୁକର ଏହି ଦ୍ବିତୀୟ ଦିନରେ ଆଜି ମହାପ୍ରଭୁ ବିଭୂଷିତ ହୋଇଛନ୍ତି ବାଙ୍କଚୁଡା ବେଶରେ। ପରମ୍ପରା ଅନୁଯାୟୀ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ଶ୍ରୀଜିଉଙ୍କୁ ଏହି ବେଶରେ ସଜ୍ଜିତ କରିଥାନ୍ତି ।  ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ୍‌ ପ୍ରାଥମିକତା ଦେଉଛି। ମାତ୍ର କାର୍ତ୍ତିକ ମାସ ପରେ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ।

ଏହାର ରୂପରେଖ ଏବେ ପ୍ରସ୍ତୁତ ଚାଲିଛି, କିଛି ସ୍ଥିର ହୋଇନି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହେଉଛି ଆମ ପ୍ରଥମ କର୍ତ୍ତବ୍ୟ। ସମସ୍ତଙ୍କ ସହଯୋଗରେ ଭକ୍ତମାନେ କିପରି ଦର୍ଶନ ପାଇପାରିବେ ତାହାକୁ ପ୍ରାଥମିକତା ଦିଆଯାଉଛି। କାର୍ତ୍ତିକ ମାସ ପରେ ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ । କାର୍ତ୍ତିକ ମାସ ପରେ ନୂଆ ପରିଚାଳନା କମିଟି ଗଠିତ ହେବ । ମ୍ୟାନେଜିଂ କମିଟି ଓ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହାକୁ ଲାଗୁ କରାଯିବ । ଏହାର ରୂପରେଖ ଏବେ ପ୍ରସ୍ତୁତ ଚାଲିଛି, କିଛି ସ୍ଥିର ହୋଇନି।

କାର୍ତ୍ତିକ ମାସ ପରେ ହିଁ ତାହାକୁ ଲାଗୁ କରାଯିବ । ନୂଆ ପରିଚାଳନା କମିଟି ଗଠନ ହେଲା ପରେ ନୂଆ ପ୍ରକାର ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା କରି ବ୍ୟବସ୍ଥା କରାଯିବ । ସେପଟେ ମହାପ୍ରଭୂଙ୍କ ଏହି ବାଙ୍କଚୁଡା ବେଶ ଦେଖିବାକୁ ଭୋରୁ ଭୋରୁ ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଗହଳି ନିୟନ୍ତ୍ରଣ ପାଇଁ ବ୍ୟାରିକେଡ ଲଗାଯାଇଛି । ଦର୍ଶନ ସମୟରେ ଧଡା ପକାଯାଇ ପର୍ଯ୍ୟାୟ କ୍ରମେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ସେପଟେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ପ୍ରଶାସନ ।

Leave A Reply

Your email address will not be published.