ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଗତ କିଛି ଦିନ ଧରି ରାଜ୍ୟରେ ଜାରି ରହିଥିବା ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତିି । ଆଗାମୀ ୪ ଦିନ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥି ପାଇଁ ୧୨ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସୂଚନାଯୋଗ୍ୟ, ଗୁରୁବାର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ୫ ସହରର ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହିଥିଲା । ପ୍ରଚଣ୍ଡ ତାତିରେ ଲୋକେ ଛଟପଟ ହେଉଥିଲେ । ଉପକୂଳରେ ତାତି କମ୍ ରହୁଥିଲେ ବି ଭୀଷଣ ଗୁଳୁଗୁଳି ନାକେଦମ୍ କରୁଥିଲା । ମାତ୍ର ଏଥିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି ପରିଲକ୍ଷିତ ହେଉଛି । ଟିଟିଲାଗଡ଼ରେ ଦିନକରେ ତାପମାତ୍ରା ପ୍ରାୟ ୧୪ ଡିଗ୍ରୀ କମିଛି । ଗୁରୁବାର ଏଠାରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ଥିବାବେଳେ ଶୁକ୍ରବାର ଏହା ୩୧.୭ ଡିଗ୍ରୀକୁ ଖସି ଆସିଛି । ବଲାଙ୍ଗୀରରେ ମଧ୍ୟ ଦିନକରେ ତାପମାତ୍ରା ୮.୮ ଡିଗ୍ରୀ କମିଛି । ଶନିବାରଠାରୁ ତାପମାତ୍ରା ଆହୁରି କମିବ।

Leave A Reply

Your email address will not be published.