ପୁରୁଷଙ୍କୁ ଫିଟ ରଖେ ଏହି ୪ ଜିନିଷ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସବୁ ପୁରୁଷ ଚାହାନ୍ତି କି ତାଙ୍କ ଶରୀର ସୁସ୍ଥ ଏବଂ ଶକ୍ତିଶାଳୀ ହେଉ। ଆଉ ସେଥିପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ବି ଜରୁରୀ। କିନ୍ତୁ ଆଜିକାଲିର ଜୀବନଶୈଳୀ ଭିତରେ ଖାଇବା ପିଇବାର ଭୁଲ ଆଦତ ଯୋଗୁଁ ବହୁତ ଲୋକ କମ ବୟସରୁ ହିଁ ଦୁର୍ବଳ ହୋଇପଡ଼ୁଛନ୍ତି। ଯଦି ଆପଣ ବି ଦୁର୍ବଳତାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ଏମିତି କିଛି ଖାଦ୍ୟ ରହିଛି ଯାହାକୁ କେବେବି ଛାଡ଼ିବା ଉଚିତ୍ ନୁହେଁ। ଆଜି ଏହି ୪ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ସେବନ କରିବା ଦ୍ବାରା ବହୁତ ଲାଭ ହୋଇଥାଏ।

୧.ଅଣ୍ଡା: ଅଣ୍ଡାରେ କ୍ୟାଲସିୟମ, ସୋଡିୟମ୍, ପୋଟାସିୟମ୍, ଭିଟାମିନ୍-ଏ, ଭିଟାମିନ୍-ବି, ଭିଟାମିନ୍-ଇ ଥାଏ। ଯାହାକୁ ଖାଇବା ଦ୍ବାରା ପୁରୁଷଙ୍କ ଶରୀରରେ ଶକ୍ତି ଆସିଥାଏ। ଏଥିପାଇଁ ବହୁତ ପୁରୁଷ ଅଛନ୍ତି ପ୍ରତିଦିନ ସକାଳେ ଦୁଇଟି ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି।

୨.କ୍ଷୀର: କ୍ଷୀର ପିଇବା ଦ୍ବାରା ଭରପୁର ମାତ୍ରାରେ ପ୍ରୋଟିନ ଏବଂ କ୍ୟାଲସିୟମ ମିଳିଥାଏ। ଏହା ପିଇବା ଦ୍ବାରା ଦୁର୍ବଳରୁ ମୁକ୍ତି ପାଇପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଶୋଇବା ପୂର୍ବରୁ ଏକ ଗିଲାସ କ୍ଷୀର ପିଇବା ଜରୁରୀ ।

୩. କଦଳୀ: କଦଳୀ ଖାଇବା ଦ୍ବାରା ଶରୀରରେ ରକ୍ତର ମାତ୍ରା ବଢ଼ିଥାଏ। ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ବାରା ବ୍ୟକ୍ତିର ଶରୀର କିଛି ଦିନ ମଧ୍ୟରେ ହୃଷ୍ଟପୃଷ୍ଟ ହେବାକୁ ଲାଗିଥାଏ।

୪. ଖଜୁରୀ: ଖଜୁରୀ ଖାଇବା ଦ୍ବାରା ଶରୀରକୁ ଭରପୁର ମାତ୍ରରେ ପୋଷକ ତତ୍ତ୍ବ ଏବଂ ଶକ୍ତି ମିଳିଥାଏ। ଯାହା ପୁରୁଷକୁ ଦୁର୍ବଳରୁ ମୁକ୍ତି ଦେଇଥାଏ। ପ୍ରତିଦିନ ଖଜୁରୀ ଖାଇବା ଜରୁରୀ। ବହୁତ ଲୋକ ଅଛନ୍ତି ପ୍ରାତଃ ଭୋଜନରେ କ୍ଷୀର ଏବଂ ଖଜୁରୀ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି।

Leave A Reply

Your email address will not be published.