ଅକ୍ଟୋବର ପହିଲାରୁ ବ୍ୟାନ୍ ହେବ ଏହି ଡିଜେଲ ଗାଡ଼ି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆପଣ ୪ ଚକିଆ ଯାନ ବ୍ୟବହାର କରୁଛନ୍ତି କି? ତେବେ ଜାଣି ରଖନ୍ତୁ ଏହି ନିୟମ । ଦିଲ୍ଲୀ ଏନସିଆରରେ ଆସନ୍ତା ଅକ୍ଟୋବର ୧ ତାରିଖ ଠାରୁ ବିଏସ ୪ ଇଂଜିନ ବିଶିଷ୍ଟ ଗାଡିକୁ ବ୍ୟାନ କରିଦିଆଯାଇଛି । ରିପୋର୍ଟରୁ ଜଣାଯାଇଛିଯେ ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ୪୫୦ ଇଛଓ ଛୁଇଁଲାଣି । କ୍ଷେତର ଆବର୍ଜନା ଜଳାଇବା ଓ ଆଗକୁ ଆସୁଥିବା ପାର୍ବଣ ରୁତୁରେ ମାତ୍ରାଧିକ ବାଣ ଫୁଟାଇବା କାରଣରୁ ହେଉଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ହିଁ ଦିଲ୍ଲୀ କମିସିନରଙ୍କ ତରଫରୁ ଏପରି ପଦକ୍ଷେପ ନିଆଯାଇଛି । ଏହି ନୂଆ ନିୟମ ଆସନ୍ତା ଅକ୍ଟୋବର ପହିଲାରୁ ଲାଗୁ ହେବ ।

ଆସନ୍ତା ୫ ବର୍ଷର ବାୟୁ ପ୍ରଦୂଷଣକୁ କିପରି ନିୟନ୍ତ୍ରଣକୁ ଅଣାଯିବ ସେନେଇ ଏପରି ପଦକ୍ଷେପ ନିଆଯାଇଛି । ନୂଆ ନିୟମ ଅନୁଯାୟୀ ବିଏସ-୪ର ଚାରି ଚକିଆ ଡିଜେଲ ଗାଡି ଗୁଡିକୁ ହିଁ ବ୍ୟାନ କରାଯିବ ଜ୍ଝ ଆଗକୁ ପେଟ୍ରୋଲ ଗାଡିକୁ ମଧ୍ୟ ବ୍ୟାନ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ବାୟୁ ପ୍ରଦୂଷଣ ରୋକିବାକୁ ,ପରି ନିଷ୍ପତ୍ତି ନେଇଛନ୍ତି ସରକାର । ଯାହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଛି ।

Leave A Reply

Your email address will not be published.