ଏହି କୃଷକମାନେ ପାଇବେ ପିଏମ କିସାନ ସମ୍ମାନ ନିଧି ଯୋଜନାର ଦ୍ୱାଦଶ କିସ୍ତି ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପିଏମ କିସାନ ସମ୍ମାନ ନିଧି ଯୋଜନାର ଦ୍ୱାଦଶ କିସ୍ତିକୁ ପ୍ରାୟ ୧୦ କୋଟି କୃଷକ ଅପେକ୍ଷା କରି ରହିଛନ୍ତି । ଏବେ ଏହାକୁ ନେଇ ଏକ ବଡ ଖବର ଆସିଛି । ତେବେ ଏହି ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଆଗାମୀ କିସ୍ତିରେ କିଛି କୃଷକଙ୍କୁ ମିଳିବ ଏହି ଟଙ୍କା । ତେବେ ଏ ନେଇ ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି ।

ନୂଆ ନିୟମ ଅନୁସାରେ ଏପର୍ୟ୍ୟନ୍ତ ଇ-କେୱାଇସି ପୂରଣ କରି ନଥିବା କୃଷକମାନଙ୍କ ଖାତାଙ୍କୁ ସେମାନଙ୍କ ଟଙ୍କା ଟ୍ରାନ୍ସଫର କରାଯିବ ନାହିଁ । ୩୧ ଜୁଲାଇ ପରେ ଉତ୍ତରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଳ୍ପସଂଖ୍ୟକ କୃଷକ ନିଜ ଇ-କେୱାଇସି କରାଇଛନ୍ତି । ତେଣୁ ଏ ନେଇ ସରକାରଙ୍କ ତରଫରୁ ଏକ ନୋଟିସ ଜାରି କରାଯାଇଛି । ତେବେ ଏମିତି ହେଲେ ଯୋଜନାର ଦ୍ୱାଦଶ କିସ୍ତି ଆସିବ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.