ନୂଆଦିଲ୍ଳୀ(ଓଡ଼ିଆ ନ୍ୟୁଜ୍): ପ୍ରେମିକଙ୍କ ସନ୍ତାନର ମା’ ହେଲେ ଆମେରିକାର ପପ୍ ଷ୍ଟାର ରିହାନ୍ନା । ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ସୂଚନା ଅନୁଯାୟୀ, ଶିଶୁଟି ମେ ୧୩ ରେ ଲସ୍ ଆଞ୍ଜେଲସରେ ଜନ୍ମ ହୋଇଛି। ବର୍ତ୍ତମାନ ରିହାନା ଏବଂ ନବଜନ୍ମିତ ଶିଶୁରର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ନିଜ ଘରକୁ ଯାଇ କୁନି ଶିଶୁପୁତ୍ର ସହ ବିଶ୍ରାମ ନେଉଛନ୍ତି ଏବେ ରିହାନା। ତେବେ ଏଭଳି ଖୁସି ଖବର ଜାଣିବା ପରେ ପ୍ରଶଂସକ ରିହାନାଙ୍କ ଫ୍ୟାନଙ୍କ ଠୁ ଶୁଭେଚ୍ଛାର ସୁଅ ଛୁଟିଛି। ଜାନୁଆରୀରେ ରିହାନାର ଗର୍ଭବତୀ ହେବାର ପ୍ରଥମେ ଖବର ସାମ୍ନାକୁ ଆସିଥିଲା।

ଯାହା ପରେ ସେ ଇନଷ୍ଟାରେ ପୋଷ୍ଟ ସେୟାର କରି କହିଥିଲେ କି ପ୍ରେମିକ ତଥା ରାପର ରକିଙ୍କ ସନ୍ତାନର ମାଆ ହେବାକୁ ଯାଉଛନ୍ତି। ଯାହାର ପରେ ସୋସିଆଲ୍ ମିଡିଆରେ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଥିଲା।