ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍): ଏଥର ରଜରେ ସିନେ ପ୍ରେମୀଙ୍କ ପାଇଁ ‘ଗୁପ୍ଚୁପ୍’ ବେଶ୍ ଧମାଲ୍ କରିବ । ରଜକୁ ଆଉ ଟିକେ ତାଜା କରିବା ପାଇଁ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ମୋସନ୍ ପିକଚର୍ଜ ପ୍ରେକ୍ଷାଳୟରେ ପ୍ରେମ ଏବଂ ଭାବଭରା ସିନେମା ‘ଗୁପ୍ଚୁପ୍’ ଦେଖାଇବ। ଦର୍ଶକ ଏହାର ଟିଜର୍, ପୋଷ୍ଟର୍, ଟ୍ରେଲର୍ ଓ ଗୀତକୁ ବହୁ ମାତ୍ରାରେ ପସନ୍ଦ କରିଥିବା ବେଳେ ଏଥର ରଜରେ କିନ୍ତୁ ସିନେମା ହଲରେ ଫୁଲ୍ ଫ୍ଲେଟର ଗୁପ୍ଚୁପର ମଜାନେବେ ଦର୍ଶକ ।

ସିନେମାର ମୁଖ୍ୟ ଭୂମିକାରେ ଅମ୍ଳାନ, ସନ୍ମୀରା, ଅନନ୍ୟା, ଶୈଳେନ୍ଦ୍ର, ପପୁ ପମ୍ପମ୍ ଓ ଅନ୍ୟମାନେ ରହିଛନ୍ତି । ପ୍ରଯୋଜନା ଭାର ଅନିକେତ ଦାସ ଏବଂ ସଂଘମିତ୍ରା ମହାନ୍ତି ସମ୍ଭାଳିଥିବାବେଳେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ପୃଥ୍ୱୀରାଜ ପଟ୍ଟନାୟକ । ଏ ସିନେମାରେ ବି ଦର୍ଶକ ପୁରୁଣା ଯୋଡ଼ି ଅମ୍ଲାନ ଓ ସନ୍ମୀରାଙ୍କୁ ଆଉଥରେ ଦେଖିବେ ।