ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିନିକିଆ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ । ଏହାରି ଭିତରେ ଏକ ବଡ଼ ଖର ଆସିଛି, ଦିନିକିଆ ବିଶ୍ଵକପ୍ କ୍ରିକେଟ୍ ପାଇଁ ଅଗଷ୍ଟ ୨୫ରୁ ଆରମ୍ଭ ହେବ ଟିକେଟ୍ ବିକ୍ରି । ଅଗଷ୍ଟ ୧୫ରୁ ଆରମ୍ଭ ହେବ ପଞ୍ଜିକରଣ । ପର୍ୟ୍ୟାୟକ୍ରମେ ବିକ୍ରି କରାଯିବ ଟିକେଟ୍ । ଭାରତ ବ୍ୟତୀତ ଅନ୍ୟ ଦଳର ଅଭ୍ୟାସ୍ ମ୍ୟାଚ୍ ଓ ଲିଗ୍ ପର୍ୟ୍ୟାୟ ମ୍ୟାଚ୍ର ଟିକେଟ୍ ଅଗଷ୍ଟ ୨୫ ତାରିଖରୁ ଉପଲବ୍ଧ ହେବ।
ଗୁଆହାଟୀ ଓ ତିରୁଅନନ୍ତପୁରମରେ ଭାରତର ଅଭ୍ୟାସ ମ୍ୟାଚ୍ର ଟିକେଟ୍ ଅଗଷ୍ଟ ୩୦ରୁ ବିକ୍ରି ହେବ। କ୍ରିକେଟ୍ ପ୍ରେମୀ ଟିକେଟ୍ ବିକ୍ରି ସମ୍ପର୍କିତ ସୂଚନା ଜାଣିବା ପାଇଁ କ୍ରିକେଟ୍ ବିଶ୍ଵ କପ୍ ଡଟ୍ କମ୍ରେ ପଞ୍ଜିକରଣ କରିପାରିବେ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବିଶ୍ବକପ୍ ୨୦୨୩ର ୯ଟି ମ୍ୟାଚ୍ ର କାର୍ୟ୍ୟସୂଚୀରେ ପରିବର୍ତ୍ତନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛି।